୪୩ ବର୍ଷ ପରେ ମହାକାଶରେ ହେବାକୁ ଯାଉଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା, ସୂର୍ଯ୍ୟଙ୍କ ନିକଟତର ହେଉଛି…

1 min read

ରହସ୍ୟମୟ ମହାକାଶରେ ଏବେ ଆଉ ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି । ଏଥରକ ବୃହସ୍ପତିର ଛାୟାରେ ଏକ ରହସ୍ୟମୟ ଗୋଲାକାର ବରଫ ପିଣ୍ଡୁଳା ଧୂମକେତୁରେ ରୂପାନ୍ତରିତ ହୋଇଥିବା ଦେଖାଯାଇଛି । ଏହି ଧୂମକେତୁ ୪୩ ବର୍ଷ ପରେ ସୂର୍ଯ୍ୟଙ୍କ ଆଡ଼କୁ ମାଡ଼ିଆସୁଛି । ଏହକୁ LD2 ନାଁ ଦିଆଯାଇଛି , ଯାହାକୁ ମୂଳତ ସେଁଟୋର ଭାବେ ଜଣାଯାଏ । ଏହିପରି ସେଁଟୋର ବୃହସ୍ପତି ଏବଂ ନେପଚୁନ୍ ମଧ୍ୟରେ ବୁଲିଥାନ୍ତି ।

ଏହା ହୁଏତ ସୌର ମଣ୍ଡଳରୁ ବାହାରିଯାଆନ୍ତି କିମ୍ବା ସୂର୍ଯ୍ୟଙ୍କ ନିକଟତର ହୋଇଯାଆନ୍ତି । ସୂର୍ଯ୍ୟଙ୍କ ଆଡକୁ ଆସୁଥିବା ସମୟରେ ଏହା ଅତି ସକ୍ରିୟ ଧୂମକେତୁ ରୂପ ଧାରଣ କରି ସୂର୍ଯ୍ୟଙ୍କ ଚାରିପାଖରେ ଘୂର୍ଣ୍ଣନ କରିଥାନ୍ତି ।

୨୦୬୩ରେ ସଂକ୍ରମଣ କାଳ ପୂର୍ଣ୍ଣ ହେବ

ଗତ ମାସରେ  ଦି ଆଷ୍ଟ୍ରୋଫିଜିକଲ ଜେନର୍ଲ ଲେଟର୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, LD2 ଚାରିପାଖରେ ଚାଲିଥିବା ମାଧ୍ୟାକର୍ଷଣରୁ ଜଣାପଡ଼ିଲା ଯେ ଏହା ସୌର ମଣ୍ଡଳ ମଧ୍ୟରେ ସ୍ଥାନ ସୃଷ୍ଟି କରିବ । ବୈଜ୍ଞାନିକମାନେ କହିଛନ୍ତି ଯେ, ୨୦୬୩ ଏହି ସେଁଟୋର ସଂକ୍ରମଣ କାଳ ପୂର୍ଣ୍ଣ ହୋଇଯିବ । ଏହାସହ ଏହି କୌତୁହଳ ଜିନିଷ ଦେଖିବାର ବିଷୟ ହେବ ଯେ, ଏତେ ପୁରୁଣା ବରଫ ପିଣ୍ଡୁଳା ଯେତେବେଳେ ସୂର୍ଯ୍ୟର ନିକଟତର ହୁଏ ସେତେବେଳେ କଣ ହେବ ।

ଗତ ବର୍ଷ ଘଟଣା କ୍ରମ ବିଷୟରେ ଜଣାପଡ଼ିଥିଲା

ଗତବର୍ଷ ନାସାର ଆଲର୍ଟ ସିଷ୍ଟମ ଆଟଲାସରେ ଲାଗିଥିଲା ଟେଲିସ୍କୋପ ଦ୍ୱାରା ଏହା ଚିହ୍ନଟ କରାଯାଇଥିଲା। ସେହି ସମୟରେ ସେହି ବରଫ ପିଣ୍ଡୁଳାଟି ବୃହସ୍ପତିର କକ୍ଷପଥକୁ ଖୋଜୁଥିବାର ଦେଖାଯାଇଥିଲା । ଏବେ ବୈଜ୍ଞାନିକମାନେ କହିଛନ୍ତି ଯେ, ୪୩ ବର୍ଷ ପରେ ଏହା ଅତି ଦ୍ରୁତ ଗତିରେ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବାର ଦେଖାଯିବ ।

Leave a Reply