ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ, ବଜାର ଉପରେ ଜାଳିଦେଲେ ବସ୍

1 min read

ସାଲେପୁର: ଘରୋଇ ବସ୍‌କୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଦୁଇ ଦୁଇଟି ଦୁର୍ଘଟଣା କରି ଖସିଯିବାକୁ ବସିଥିବା ବେଳେ ବସ୍‌କୁ ଅଟକାଇ ଜାଳି ଦେଇଛନ୍ତି ସ୍ଥାନୀୟ ଲୋକେ । କେନ୍ଦ୍ରାପଡ଼ା ଯାଉଥିବା ‘ପପୁ’ ନାମକ ଘରୋଇ ବସ୍ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାରରେ ଦୁର୍ଘଟଣା ଘଟାଇଥିଲା । BUS FIREସନ୍ଧ୍ୟାରେ ବଜାର ଦେଇ ଯାଉଥିବା ବେଳେ ବସଟି ଭାରସାମ୍ୟ ହରାଇ ପ୍ରଥମେ ଏକ ବାଇକକୁ ଧକ୍କା ଦେଇଥିଲା । ପରେ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁଇ ଦୁଇଟି ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକ ବସକୁ ଜାଳି ଦେଇଛନ୍ତି । ବଜାର ରାସ୍ତା ଉପରେ ବସଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ସେପଟେ ଗୁରୁତରଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛିଗୁରୁତର ମାହାଙ୍ଗା ପ୍ରହରାଜପୁର ଅଞ୍ଚଳର ଏସ.କେ ମଲ୍ଲିକ l ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି ।

')}

Leave a Reply