୬ ଘଣ୍ଟିଆ ଓଡ଼ିଶା ବନ୍ଦ: ଯାତ୍ରୀ ହନ୍ତସନ୍ତ, ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଓଡ଼ିଶା ବନ୍ଦ ପାଳୁଛି କଂଗ୍ରେସ । ପେଟ୍ରୋଲ, ଡ଼ିଜେଲ, ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ପଡ଼ିଛି ବନ୍ଦର ପ୍ରଭାବ । ଭୁବନେଶ୍ୱର ପଟିଆ, ଡମଣା ଓ ନାଲକୋ ଛକରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଛନ୍ତି ।

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଏହି ପିକେଟିଂ ଜାରି ରହିଛି । ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ସେପଟେ ଭୁବନେଶ୍ୱର ଷ୍ଟେସନରେ ରେଳ ରୋକ କରିଥିଲେ କଂଗ୍ରେସ କର୍ମୀ । ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ରେଳ ରୋକ କରାଯାଇଛି ।

ଜାତୀୟ ରାଜପଥ ଅବରୋଧ କରିବା ସହ ବାଣୀବିହାର ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଫଳରେ ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି । ଓଡ଼ିଶା ବନ୍ଦ ପାଇଁ ରାଜ୍ୟରେ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ବସ୍ ଚଳାଚଳ ବନ୍ଦ ଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ବେଳେ, ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ।

Leave a Reply