ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା, ଶେଷ ୭ ଘଣ୍ଟାର ସତ ସନ୍ଧାନରେ ପୋଲିସ

1 min read

 

ଭୁବେନଶ୍ୱର ଲିଙ୍ଗିପୁରରୁ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ପୋଲିସ ସ୍କାନରରେ ପୁରୁଷ ବନ୍ଧୁ । ଦୀପାଳିଙ୍କ ମୃତ୍ୟୁ ପରଠୁ ବୟଫ୍ରେଣ୍ଡ ବିକ୍ରମ ମିଶ୍ର ଫେରାର ଅଛନ୍ତି । ମୃତ୍ୟୁ ପୂବର୍ରୁ ୭ ଘଣ୍ଟା ଭିତେର କ’ଣ ଏମିତି ଘଟିଲା ଯେ, ଦୀପାଳି ଏଭଳି ଚରମ ନିଷ୍ପତ୍ତି ନେଲେ । ଏସବୁ ଉପରୁ ପରଦା ହଟାଇବାକୁ ପୁରୁଷବନ୍ଧୁ ବିକ୍ରମ କେଶରୀ ମିଶ୍ରକୁ ଖୋଜୁଛି ପୋଲିସ ।

ପୁରୁଷ ବନ୍ଧୁ ବିକ୍ରମଙ୍କ ମୋବାଇଲ ବନ୍ଦ ଥିବାବେଳେ ଘଟଣାର ଦିନକ ପରେ ବି ପୋଲିସ ଟେର୍ ପାଉନି । ପୋଲିସ ମୃତ ଦୀପାଳିଙ୍କ ମୋବାଇଲ କଲ ଡିଟେଲ୍ସ ଯାଞ୍ଚ କରୁଛି । ଅନ୍ୟପେଟ ଘଟଣା ଦିନ ଦୀପାଳିଙ୍କ ସାନ ଭଉଣୀ ଶେଫାଳିଙ୍କ ସହ ବିକ୍ରମ କଥା ହୋଇଥିବା ଜଣାପଡ଼ିଛି । ଏ ଦିଗକୁ ନେଇ ପୋଲିସ ଖୋଳତାଡ଼ କରୁଛି ।

ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ଆଧାରରେ ଧଉଳି ଥାନା ପୋଲିସ ତଦନ୍ତ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ଦୀପାଳି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ')}

Leave a Reply