ଡିଜେଲ କାର୍ କିଣିବା ଆପଣଙ୍କ ପାଇଁ କେତେ ଲାଭଦାୟକ ?

1 min read
Advantages And Aisadvantages Of Diesel Car

ମୁମ୍ବାଇ: ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରକୁ ନୂଆ ମଡେଲର କାର ଛାଡ଼ୁଛନ୍ତି ଅଟୋମୋବାଇଲ୍ କମ୍ପାନୀ । ବିଭିନ୍ନ ମଡେଲରେ ଆସୁଛି ପେଟ୍ରୋଲ ଓ ଡିଜେଲର ବିକଳ୍ପ । ତେବେ, ଆଜିର ଦିନରେ ମାର୍କେଟରେ ଡିଜେଲ କାରର ବେଶ୍ ଅଧିକ ଚାହିଦା ରହିଛି । ଡିଜେଲ୍ କାର ଭଲ ମାଇଲେଜ୍ ଦେଉଛି । ଏମିତି ବି ପେଟ୍ରୋଲ ତୁଳନାରେ ଡିଜେଲ ଟିକିଏ ଶସ୍ତା । କିନ୍ତୁ, ପେଟ୍ରୋଲ୍ କାରଠାରୁ ଡିଜେଲ କାର ମହଙ୍ଗା ହେବା ସହ ଅଧିକ ମେଣ୍ଟେନାନ୍ସ ହୋଇଥାଏ । ଦୂର ଯାଗାକୁ ଯାଉଥିବା ଲୋକ ଡିଜେଲ୍ କାର କିଣିବାକୁ ପସନ୍ଦ କରନ୍ତି । କିନ୍ତୁ, ଡିଜେଲ୍ କାର କେତେକ କ୍ଷେତ୍ରରେ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଆସନ୍ତୁ ଜାଣିବା ଡିଜେଲ୍ କାରର ଫାଇଦା ଓ କ୍ଷତି ବିଷୟରେ…

Advantages And Aisadvantages Of Diesel Car

୧) ପ୍ରଥମତଃ ପେଟ୍ରୋଲ ଅପେକ୍ଷା ଡିଜେଲ୍ କାର ମହଙ୍ଗା ହୋଇଥାଏ । କାର୍ କିଣିବା ବେଳେ ଅଧିକ ଅର୍ଥ ଦେବାକୁ ପଡ଼େ । କାର କିଣିବା ବେଳେ ବ୍ୟବହାରକୁ ଲକ୍ଷ୍ୟରେ ରଖିଲେ ଡିଜେଲ୍ କାର କିଣିବା କେତେ ସଞ୍ଚୟଦାୟକ ବୁଝି ହେବ ।

୨) ଡିଜେଲ୍ କାର ପରିବେଶ ପାଇଁ କ୍ଷତିକାରକ ଅଟେ । ପେଟ୍ରୋଲ୍ କାର ଅପେକ୍ଷା ଡିଜେଲ କାରରେ NO2 ଅଧିକ ଉତ୍ପନ୍ନ ହୋଇଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ଅଟେ । ଡିଜେଲ୍ କାରରୁ ବୃଦ୍ଧି ପାଇଥିବା ପ୍ରଦୂଷଣ ପାଇଁ ରାଜଧାନୀ ଦିଲ୍ଲୀରେ ସିଏନଜି ଓ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପ୍ରୋତ୍ସାହନ ଦିଆଯାଉଛି ।

୩) ଡିଜେଲ୍ କାର ପାଇଁ ଅଧିକ ଇନ୍ସୁରାନ୍ସ ଦେବାକୁ ପଡ଼େ । ଯେତେବେଳେ କି ପେଟ୍ରୋଲ କାର୍ ପାଇଁ ବହୁତ କମ୍ ଇନ୍ସୁରାନ୍ସ ଭରିବାକୁ ପଡ଼ିଥାଏ ।

୪) ପେଟ୍ରୋଲ କାର ତୁଳନାରେ ଡିଜେଲ କାରର ସର୍ଭିସ୍ ମୂଲ୍ୟ ଟିକିଏ ଅଧିକ ହୋଇଥାଏ । ଡିଜେଲ୍ କାର ପୁରୁଣା ହେବା ସହ ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଥାଏ । ଆଉ ପେଟ୍ରୋଲ ଅପେକ୍ଷା ଡିଜେଲ ଗାଡ଼ିର ଇଞ୍ଜିନ୍ ବେଶୀ ଦିନ ଯାଇଥାଏ ।

୫) ଯଦି ଆପଣ ଦୂର ଯାଗାକୁ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କ ପାଇଁ ଡିଜେଲ୍ କାର ଲାଭଦାୟକ । ଯଦି ଆପଣ ଲମ୍ବା ଡ୍ରାଇଭିଂ କରୁନାହାଁନ୍ତି ତ ଆପଣ ପେଟ୍ରୋଲ୍ କାର୍ କିଣିବା ଭଲ ହେବ ।

Leave a Reply