ଡ୍ରାଗନ୍ ପାଇଁ ଲଦାଖରେ ସିଆଚିନ୍ ଭଳି ବ୍ୟବସ୍ଥା, ଚୀନକୁ ମିଳିବ ଶକ୍ତ ଧକ୍କା

1 min read

ନୂଆଦିଲ୍ଲୀ: ସହଯୋଗ କରିବା ପାଇଁ ରାଜି ହେବା ସତ୍ତ୍ୱେ ଚୀନର କାର୍ଯ୍ୟକଳାପ ଦେଖି ଭାରତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ତାର ଉପସ୍ଥିତି ଜାରି ରଖିଛି। ଲଦାଖ ସେକ୍ଟରର ୧,୫୯୭ କିଲୋମିଟର LAC ରେ ସେନାଙ୍କ ମୁତାୟନ ଉଭୟ ଦେଶ ପାଇଁ ଅତ୍ୟନ୍ତ କଷ୍ଟକର ହେବ । ୨୦୨୦ ମସିହା ଏପ୍ରିଲ୍ ମାସ ଭଳି ସ୍ଥିତି କେବେ ନଆସୁ ସେଥିପାଇଁ ଅଣ୍ଟା ଭିଡିଛି ଭାରତ । । ସେଥିପାଇଁ ଲଦାଖରେ ମୁତୟନ ଥିବା ସୈନିକମାନଙ୍କୁ ସିଆଚିନ୍ ରେ ଥିବା ସୈନ୍ୟଙ୍କ ଭଳି ଆଧୁନିକ ଉପକରଣ ଯୋଗାଇ ଦିଆଯିବ। ଲଦାଖ ସେକ୍ଟରରେ ଚୀନ୍ କୁ ଦୃଷ୍ଟିରେ ରଖି ବରାବର ଜରୁରୀ ଭିତ୍ତିଭୂମି ତିଆରି କରାଯାଇଛି।

ଚୀନ୍ ସେନା ପେଟ୍ରୋଲିଂ ପଏଣ୍ଟ ୧୪(ଗାଲଭାନ୍), ୧୫-୧୬(ହଟ୍ ସ୍ପ୍ରିଙ୍ଗସ୍), ପେଟ୍ରୋଲିଂ ପଏଣ୍ଟ  ୧୭ଏ ରୁ ଓହରି ଯାଇଛନ୍ତି ସତ କିନ୍ତୁ ପୈଗୋଙ୍ଗ ହ୍ରଦରୁ ପଛକୁ ହଟିବାକୁ ନାରାଜ । ଆସନ୍ତା ବର୍ଷ ଚୀନ୍‌ର ଅନୁପ୍ରବେଶକୁ ରୋକିବା ପାଇଁ LAC ଉପରେ କେତେକ ଅଞ୍ଚଳରେ ସୈନିକଙ୍କୁ ମୁତୟନ କରାଯିବ ବୋଲି ମିଲିଟ୍ରି କମାଣ୍ଡର ମାନେ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଚୀନ୍ ସେନା ଅନେକ ସ୍ଥାନରୁ LAC ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସିଆଚିନରେ ଭାରତୀୟ ସେନା ପ୍ରଥମରୁ ହିଁ ଉନ୍ନତ ଧରଣର ତମ୍ବୁ ଏବଂ ପୋଷାକ ବ୍ୟବହାର କରନ୍ତି । ସେଠାରେ ଇଗ୍ଲୁ, ସେମି ହେମିସ୍ଫେରିକାଲ ଡୋମ୍ସ, ଡାଉନ୍ ପାର୍କ, ବୁଟ୍ ଏବଂ ଗ୍ଲୋବ୍ସର ବ୍ୟବହାର କରାଯାଉଛି । ସେନା ଏହି ଜିନିଷଗୁଡିକୁ ସ୍ଥାନୀୟ ଉତ୍ପାଦକଙ୍କଠାରୁ କିଣୁଛି ।

ଲଦାଖ ସେକ୍ଟରରେ LAC ପେଟ୍ରୋଲିଂ ପଏଣ୍ଟ ୧୫, ୧୬କିମ୍ବା ୧୭ରେ ଅଧିକ ବରଫ ପଡେ ନାହିଁ କିନ୍ତୁ ଚାଙ୍ଗ ଲା ୧୭,୦୦୦(ପାସ) ଫୁଟ ଉଚ୍ଚତାରେ ରହିଛି । ଏହି ପାସ ପୈଗୋଙ୍ଗ ତ୍ସୋର ପ୍ରତିରକ୍ଷା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଜଣେ ସେନା କମାଣ୍ଡର  କହିଛନ୍ତି ଯେ, ଶୀତ ଋତୁରେ ବସ୍ତ୍ରର ଆବଶ୍ୟକତା ପୁରା କରିବା ପାଇଁ ଆମେ ଘରୋଇ ଉତ୍ପାଦକଙ୍କୁ ଅର୍ଡର ଦେବା ସହ ସାଲଦୋରୋ ରିଜ୍ ଓ ସିଆଚିନ୍ ଗ୍ଲେସିଅର ସହିତ ଅନ୍ୟ ସ୍ଥାନରେ ମୁତୟନ ଥିବା ଯବାନଙ୍କୁ ଏକ୍ସଟ୍ରିମ୍ ସ୍ନୋ ପୋଷାକ ଦେବା ପାଇଁ କୁହାଯାଇଛି । ଯେମିତି ପାରତାପୁର ଓ ଥୋସେରେ ମୁତୟନ ଥିବା ସୈନିକମାନଙ୍କୁ ମଧ୍ୟ ସିଆଚିନ୍ ଭଳି ପୋଷାକ ଦିଆଯାଏ । କାରଣ ସେହି ଦୁଇଟି ବେସର ଉଚ୍ଚତା ଲେହ ସହିତ ସମାନ । ଏଥିପାଇଁ, ପାରତାପୁର ଏବଂ ଥୋସର ସୈନିକମାନଙ୍କ ଠାରୁ ଜ୍ୟାକେଟ୍, ଟ୍ରାଉଜର, ଗ୍ଲୋଭସ୍, ବୁଟ୍ ନିଜ ସାଥୀ ସୈନ୍ୟନିକମାନଙ୍କୁ ଦେବାକୁ କୁହାଯିବ ।

Leave a Reply