ଆଜିଠୁ ଯୁକ୍ତ ୨ ନାମଲେଖା: ସେପ୍ଟେମ୍ୱର ୨୬ ଯାଏଁ ଜାରି ରହିବ

ଭୁବନେଶ୍ୱର: ଆଜିଠୁ  ଯୁକ୍ତ ୨ ନାମଲେଖା । ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଧାରରେ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ନାମଲେଖା ହେବ । ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୩ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୨୩ ହଜାର ୫୭୫ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୮୪ ହଜାର ୭୮୯, ବାଣିଜ୍ୟରେ ୨୫ ହଜାର ୬୨ ଜଣ ଅଛନ୍ତି । ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ନାମଲେଖା ସମୟରେ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ୨ହଜାର ୨୮ଟି କଲେଜରେ ୪ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେଉଛି । ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ।

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ, ବିଜ୍ଞାନରେ ରେଭେନ୍ସା ସର୍ବାଧିକ ୮୯ %

Leave a Reply