ନିୟମ ନମାନିବାରୁ କଳିଙ୍ଗ କାଲସିନର ଲିମିଟେଡ୍ ସିଲ୍

ପାରାଦୀପ: ଲକଡାଉନ୍ ନିୟମକୁ ବେଖାତିର୍ ମହଙ୍ଗା ପଡ଼ିଛି । ସିଲ୍ ହୋଇଛି ପାରାଦୀପ ସ୍ଥିତ କଳିଙ୍ଗ କାଲସିନର କାର୍ବନ କାରଖାନା । ଏନେଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତୃତୀୟ ପର୍ଯ୍ୟାୟ ଲକଡାଉନରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲା । ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ବିଭିନ୍ନ ଶିଳ୍ପ କାରଖାନାକୁ ସରକାର ଅନୁମତି ଦେଇଥିଲେ । ସାମାଜିକ ଦୂରତା ରକ୍ଷା ସହ ସ୍ୱଚ୍ଛତା ଉପରେ ମଧ୍ୟ ଧ୍ୟାନ ରଖିବାକୁ କୁହାଯାଇଥିଲା ।

ହେଲେ କଳିଙ୍ଗ କାଲସିନର କାର୍ବନ କାରଖାନା ଏହି ସବୁ ନିୟମର ପାଳନ କରିନଥିଲା । କାରଖାନାରେ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିବା ସହ ସାମାଜିକ ଦୂରତା ପାଳନ କରିନଥିଲା । ଫଳରେ ପ୍ରଶାସନ କଳିଙ୍ଗ କାଲସିନର କାର୍ବନ କାରଖାନାକୁ ସିଲ୍ କରିଦେଇଛି ।

Leave a Reply