ନନ୍ଦିଘୋଷ ଟିଭିର ପ୍ରଭାବ : ଗଞ୍ଜାମରେ ମଦ ଭାଟି ଉପରେ ଚଢାଉ କରୁଛି ଜିଲ୍ଲା ପ୍ରଶାସନ….

ଗଞ୍ଜାମ ଜିଲ୍ଲାରେ ନିଶା ମାଫିଆଙ୍କ ପ୍ରାଦୂର୍ଭାବ ବଢି ଚାଲିଛି । ଏହା ଭିତରେ ନନ୍ଦିଘୋଷ ଟିଭି ଏନେଇ ଏକ ଖବର ପ୍ରସାରଣ କରିଥିଲା । ପ୍ରଶାସନର ଅବହେଳା ହେତୁ କିଭଳି ଭାବେ ସାଧାରଣ ଲୋକେ ନିଶା ମାଫିଆଙ୍କ ଦ୍ୱାରା ପ୍ରଭାବିତ ହେଉଥିଲେ ସେନେଇ ସବିଶେଷ ରିପୋର୍ଟ ଦିଆଯାଇଥିଲା । ଅନ୍ୟପକ୍ଷରେ ନିଶା କାରବାରର ଆଡ୍ଡାକୁ ଦେଖାଇ ଦିଆଯାଇଥିଲା । ଏବେ ନନ୍ଦିଘୋଷ ଟିଭିର ଉଦ୍ୟମ ପରେ ସଚେତନ ହୋଇଛି ।

ଜିଲ୍ଲାର ଅନେକ ବେଆଇନ ମଦ ଭାଟି ଉପରେ ଚଢାଉ ଆରମ୍ଭ କରିଛି ଅବକାରୀ ବିଭାଗ । ବିପୁଳ ପରିମାଣର ମଦ ସହ ମଦ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି । ଆଗକୁ ଆହୁରି ଏଭଳି ମଦଭାଟି ଉପରେ ଚଢାଉ ହେବ ବୋଲି ଜିଲ୍ଲା ପ୍ରଶାସନ ଜଣାଇଛି । ଖବର ପ୍ରସାରଣ ପରେ ଶହଶହ ମହିଳା ରାଜରାସ୍ତା ଉପରକୁ ଓହ୍ଲାଇ ଆସି ଚୋରା ମଦ କାରବାର ଓ ରନ୍ଧା ମଦ ବନ୍ଧ କାରବାର ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ । ଫାଣ୍ଡି ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଅନେକ ଜିଲ୍ଲାରେ ଲକଡାଉନ୍ ଓ ସଟଡାଉନ୍ ଭିତରେ ଚୋରା ଓ ନକଲି ମଦ କାରବାର ମୁଣ୍ଡ ଟେକିଛି ।

Leave a Reply