ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ,ଲାଏ ଡିଟେକ୍ସନ ଟେଷ୍ଟ ଦାବି କଲେ ବିଦ୍ୟାଶ୍ରୀ

Aditya Dash Death Case, New Twist , CCTV Video Viral

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୁତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ଆଦିତ୍ୟଙ୍କ ମୃତ୍ୟୁକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ପଷ୍ଟିକରଣ ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ସିସିଟିଭିରେ କଏଦ ହୋଇଥିବା ଆଦିତ୍ୟଙ୍କ ଶେଷ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଘରୁ ବାହାରି ଲିଙ୍ଗରାଜ ଷ୍ଟେସନ ଆଡ଼କୁ ଚାଲି ଚାଲି ଯାଉଥିବାର ଭିଡିଓ ଏବେ ରେଲଓ୍ୱେ ପୋଲିସର ହସ୍ତଗତ ହୋଇଛି । ଏହି ସିସିଟିଭିର ଦୃଶ୍ୟ ହେଉଛି ସନ୍ଧ୍ୟା ୭ଟା ୪୮ ମିନିଟ ସମୟର । ଦୃଶ୍ୟରେ ଆଦିତ୍ୟ ଚାଲିକି ଯାଉଥିବା ଦେଖିବାକୁ ମିଳିଛି ।

ଅଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ୍‌ ଟ୍ରେନ୍‌ ଲାଇନ୍‌ କଡ଼ରୁ ମିଳିବା ପରେ ଘଟଣାରେ ପ୍ରତିଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । କେତେବେଳେ ତାଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଥିବା ବେଳେ ଆଉ କେତେବେଳେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି କୁହାଯାଉଛି । କେତେବେଳେ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରାଯାଉଥିବା ବେଳେ ଆଉ କେତେବେଳେ ତାଙ୍କ ସାଙ୍ଗମାନଙ୍କ ପ୍ରତି ସନ୍ଦେହ ବଢ଼ୁଛି ।

ଡାଇରୀରେ ପ୍ରଥମ ଚାରି ପୃଷ୍ଠା ଆଦିତ୍ୟଙ୍କ ହାତ ଲେଖା‌ ରହଇଥିବା ବେଳେ ପରେ ଶେଷ ଦୁଇ ପୃଷ୍ଠା ପତ୍ନୀ ବିଦ୍ୟାଶ୍ରୀଙ୍କର ହାତ ଲେଖା ବୋଲି ଜଣାପଡ଼ିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଥିଲା ଯେ, ଆଦିତ୍ୟଙ୍କ ଡାଏରୀରେ କାହିଁ ବିଦ୍ୟାଶ୍ରୀ ଲେଖିଥିଲେ । ପ୍ରଥମରୁ କାହିଁକି ଏହି କଥାକୁ ଲୁଚେଇ ରଖାଯାଇଥିଲା ।

ତେବେ ଏହାରି ମଧ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ଦୀର୍ଘ ୧୬ ଦିନ ବିତିଗଲାଣି । ହେଲେ ଏଯ଼ାଏଁ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟୁନି । ଗୋଟେପଟେ ହ୍ୟାଣ୍ଡରାଇଟିଂ ବ୍ୟୁରୋରେ ହସ୍ତାକ୍ଷର ଯ଼ାଞ୍ଚ ହେଉଥିବା ବେଳେ ଏବେ ଲାଏ ଡିଟେକ୍ସନ ହେଉ ବୋଲି ଦାବି କରିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।  ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶଙ୍କର  ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଦାବି କରିଛନ୍ତି ବିଦ୍ୟାଶ୍ରୀ । ଏହା ସହ ସେ କହିଛନ୍ତି ଯେ, ମୋର ମଧ୍ୟ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଉ । ଫଳରେ କିଏ ସତ କହୁଛି ତାହା ଜଣା ପଡିଯିବ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

Leave a Reply