ନନ୍ଦିଘୋଷ ଟିଭିରେ ଫେସ୍‌ ଟୁ ଫେସ୍‌ ହେଲେ ବିଦ୍ୟାଶ୍ରୀ-ପପୁ, ଖୋଲିଲା ଗୁମର…

1 min read
Aditya Dash Death Case, Friend And His Wife Face to Face in NandighoshaTV

ଭୁବନେଶ୍ୱର: ଭୁବନେଶ୍ୱରରେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ନନ୍ଦିଘୋଷ ଟିଭିରେ ଆଦିତ୍ୟଙ୍କ ପତ୍ନୀ ଓ ପିପୁଲ୍‌ସ ଫର ସେବା ଟ୍ରେଜର୍‌ର ପପୁଙ୍କ ଫେସ୍‌-ଟୁ-ଫେସ୍‌ । ଡାଏରୀରେ ଲେଖା ଥିବା ପିପୁଲ ଫର ସେବା ସଦସ୍ୟ ପପୁ ମୁହଁ ଖୋଲିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପଛରେ ଟଙ୍କା କାରାବାର କାରଣ ନୁହେଁ ବୋଲି ସେ କହିଛନ୍ତି । ସେପଟେ ପପୁ ନେଇଥିବା ଏକ ଲକ୍ଷ ଟଙ୍କାକୁ ନେଇ ଆଦିତ୍ୟ ଟେନସେନରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପତ୍ନୀ ବିଦ୍ୟାଶ୍ରୀ ।

 ମାନବପ୍ରେମୀ ଆଦତ୍ୟ ଦାସ ଡେଥ୍ ମିଷ୍ଟ୍ରି । ଡାଏରୀରୁ ନୋଟ ମିଳିବା ପରେ ବି ଲାଗି ରହିଛି ସସପେନ୍ସ । ମୃତ୍ୟୁର କାରଣକୁ ନେଇଁ ମୁହାଁମୁହିଁ ପିପୁଲ ଫର ସେବା ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ହତ୍ୟା ପଛରେ ରହିଛି ଷଡ଼ଯନ୍ତ୍ର । ପାରିବାରିକ କଳହ ନୁହେଁ ସେବାଶ୍ରମ ଟଙ୍କାକୁ ନେଇ ଟେନ୍‌ସନ୍‌ରେ ଥିଲେ ଆଦିତ୍ୟ । ସେବାଶ୍ରମ ଫଣ୍ଡରୁ ଦୁଇଟି କିସ୍ତିରେ ଏକ ଲକ୍ଷ ଟଙ୍କା ନେଇ ଥିଲେ ସଦସ୍ୟ ପପୁ । କାଳେ ଏକ ଲକ୍ଷ ଟଙ୍କା ପପୁ ସୁଝି ପାରିବ କି ନାହିଁ ତାକୁ ନେଇ ଟେନ୍‌ସନ୍‌ରେ ଥିଲେ ଆଦିତ୍ୟ । ଆଉ ସେବାଶ୍ରମ ସଂସ୍ଥାର ଟଙ୍କା ନ ଫରାଇଲେ ସଂସ୍ଥା ଅପପ୍ରଚାର ଓ ଆଦିତ୍ୟ ବଦନାମ ହେବ ।

ଫିକ୍ସ ଡିପୋଜିଟ୍‌ ପାଇଁ ଆଦିତ୍ୟଙ୍କୁ ଟଙ୍କା ମାଗିଥିଲେ ବିଦ୍ୟାଶ୍ରୀ । ହେଲେ ପପୁକୁ ଟଙ୍କା ଦେଇଥିବା କଥାକୁ ନେଇ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ମଧ୍ୟରେ ଲାଗିଥିଲା କଳି । ଅନ୍ୟପଟେ ବିକାଶଙ୍କ ଭଉଣୀ ପ୍ରିୟାଙ୍କାଙ୍କୁ ତଦନ୍ତ ପରିସର କରାଯିବାକୁ ଦାବି କରିଛନ୍ତି ବିଦ୍ୟାଶ୍ରୀ । ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଟଙ୍କା କାରବାର କଥାକୁ ନେଇ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା କଥାକୁ ଖଣ୍ଡନ କରିଛନ୍ତି ପପୁ । ଏ ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବା ପାଇଁ ସଠିକ ତଦନ୍ତ ହେଉ ବୋଲି କହିଛନ୍ତି ।

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟକୁ ନେଇ ହତ୍ୟା ମାମଲା ରୁଜୁ କରି ଜୋରଦାର ଖୋଳତାଡ଼ କରିଛି ଜିଆରପି । ତଦନ୍ତ ପାଇଁ ଘଟଣାଦିନର ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାକ୍‌ରେ ଯାଇଥିବା ଟ୍ରେନ ଓ ଡ୍ରାଇଭରଙ୍କ ତାଲିକା ଖୋର୍ଦ୍ଧା ରେଳ ଡିଭିଜନକୁ ମାଗିଛି ଜିଆରପି । ଟ୍ରେନ ଯିବା ସମୟରେ ଆଦିତ୍ୟ ଟ୍ରେନ ଆଗକୁ ଡେଇଁଛନ୍ତି ନା ତାଙ୍କୁ କିଏ ଠେଲି ଦେଇଛି, ତାର ତଥ୍ୟ ଜାଣିବାକୁ ଚାହିଁଛି ଜିଆରପି ।

ଏଘଟଣାରେ ପପୁ, ବିକାଶ, ବିଦ୍ୟାଶ୍ରୀ ଓ ପିପୁଲ ଫର ସେବାର ସଦସ୍ୟମାନଙ୍କ ବୟାନ ରେକର୍ଡ କରିଛି ଜିଆରପି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଓ ଡାଏରୀରେ ଲେଖାଥିବା ନୋଟକୁ ଟେଷ୍ଟିଂ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

Leave a Reply