ପୁଣି ବିଦ୍ୟାଶ୍ରୀଙ୍କ ବୟାନ କାହିଁକି ନେବ ଜିଆରପି ପୋଲିସ ?

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଅଧିକ ଘନେଇବାରେ ଲାଗିଛି । ଆଦିତ୍ୟଙ୍କ ସାଙ୍ଗସାଥୀ ସେ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସହକର୍ମୀ ଓ ସାଙ୍ଗସାଥୀ କହୁଛନ୍ତି । ହତ୍ୟା ଦିଗକୁ ନେଇ ପୋଲିସ ତଦନ୍ତ କରୁ ବୋଲି ସେମାନେ ଦାବି କରୁଛନ୍ତି । ଏଣେ ଜିଆରପି ପୋଲିସ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବୟାନ ପୁଣିଥରେ ନେବ ବୋଲି ଜଣା ପଡିଛି ।

grp sp

ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବାହାଘରକୁ ମାସେ ପୁରିବା ପୂର୍ବରୁ ହିଁ ତାଙ୍କର ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ଆଦିତ୍ୟାଙ୍କ ସହ କିଛି ଦିନ ଧରି ବିଦ୍ୟାଶ୍ରୀଙ୍କ ମନୋମାଲିନ୍ୟ ଚାଲୁଥିଲା ବୋଲି ଖୋଦ ବିଦ୍ୟାଶ୍ରୀ କହିଛନ୍ତି । ବିଦ୍ୟାଶ୍ରୀଙ୍କ ବୟାନ ଜିଆରପି ନେଇଥିଲା କିନ୍ତୁ ଏବେ ପୁଣିଥରେ ବିଦ୍ୟାଶ୍ରୀଙ୍କ ବୟାନ ନେବ ବୋଲି କହିଛନ୍ତି ରେଲୱ ଏସପି ଅଶୋକ ବିଶ୍ୱାଳ । ପ୍ରାରମ୍ଭିକ ତଦନ୍ତରୁ ମୃତ୍ୟୁ ପଛର କାରଣ ଆତ୍ମହତ୍ୟା ବୋଲି ଜଣାପଡୁଥିବା ଏସପି କହିଛନ୍ତି  । ତେବେ ହତ୍ୟା ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି ।

why Adity choosed Bidyashree as wife

ତଦନ୍ତ ପରିସର ଭିତରକୁ ଆଦିତ୍ୟଙ୍କ ପରିବାରବର୍ଗ ଓ ସାଙ୍ଗସାଥୀ ଆସିବେ ବୋଲି ଏସପି ସ୍ପଷ୍ଟ କରିଛନ୍ତି । ଏହାସହ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲର ଫରେନସିକ୍ ଜାଂଚ୍ ହେବ ବୋଲି ସେ କହିଛନ୍ତି ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନଥିବା ଉପରେ ପ୍ରଶ୍ନର ଉତ୍ତର ଦେଇ ଏସପି କହିଥିଲେ ଯେ, ତାଙ୍କ ପତ୍ନୀଙ୍କର ବୟାନ ଆମେ ପୁଣିଥରେ ନେବୁ । ଆଦିତ୍ୟ ଡିପ୍ରେସନରେ ଥିଲେ ତେବେ ଡିପ୍ରେସନର କାରଣ କ’ଣ ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।ସୂଚନାଯୋଗ୍ୟ ଯେ, ଆଦିତ୍ୟ ମାସକ ତଳେ ବିବାହ କରିଥିଲେ । ବିଦ୍ୟାଶ୍ରୀ ଓଡିଆ ମନୋରଂଜନ ଶିଳ୍ପ ସହ ଜଡିତ ଥିଲେ । ଆଦିତ୍ୟଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ପ୍ରଥମେ ଗୁଣି ଗାରେଡି କଥା କହିଥିଲେ । ସେ ମଧ୍ୟ ଆଦିତ୍ୟ ଗତ କିଛିଦିନ ଧରି ଭୟଭୀତ ରହୁଥିଲେ ବୋଲି କହିଥିଲେ । ଆଦିତ୍ୟ ଉପରମହଲାରୁ ତଳ ମହଲାକୁ ଗେଟରେ ଚାବି ପକାଇବାକୁ ମଧ୍ୟ ଆସିବାକୁ ଭୟ କରୁଥିଲେ ବୋଲି ବିଦ୍ୟାଶ୍ରୀ କହୁଥିଲେ  । ତେବେ ଆଦିତ୍ୟ କାହାକୁ ଭୟ କରୁଥିଲେ ଓ କାହିଁକି ଭୟ କରୁଥିଲେ ତାହା ହେଉଛି ବଡ ପ୍ରଶ୍ନ  ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)

Leave a Reply