ମରିଗଲା ପରେ ବି ଆଦିତ୍ୟ କରିଗଲେ ଏମିତି ବଡ କାମ,ଜାଣନ୍ତୁ…

1 min read
aditya das great work: girl returned to her mother

ଭୁବନେଶ୍ୱର: ଅସହାୟଙ୍କ ସାହାରା ଥିଲେ ମାନବ ପ୍ରେମୀ ଆଦିତ୍ୟ ଦାଶ । ଗୋଟିଏ ମାଆ କୋଳରୁ ଜନ୍ମ ହୋଇ ଅନେକ ମାଆଙ୍କ ପୁଅ ପାଲଟିଛନ୍ତି ସେ । କେବେ ଅସହାୟ ମାଆର ସାହାରା ତ କେବେ ଭୋକିଲା ପେଟର ସାଥି ପାଲଟିଥିଲେ ଆଦିତ୍ୟ । ଆଜି ସିନା ଏଦୁନିଆରେ ସେ ନାହାଁନ୍ତି କିନ୍ତୁ ତାଙ୍କ ପଛରେ ଛାଡ଼ି ଯାଇଛନ୍ତି ମମତାର ଦେବୀ ମାନଙ୍କୁ । ଅସହାୟକୁ ସାହାରା ଦେବାକୁ ଆଗାଇ ଆସିଥିବା ଏହି ମଣିଷ କେଉଁ ଆଡ଼େ ଉଭେଇ ଯାଇଛି ସତ କିନ୍ତୁ ଏବେ ବି ସେହି ମାଆମାନଙ୍କ ମନରେ ସେ ସବୁଦିନ ପାଇଁ ତାଜା ସ୍ମୃତି ହୋଇ ରହିଛନ୍ତି ।

#ସ୍ୱର୍ଗରେ_ଥାଇ_ମାଆ_ଝିଅଙ୍କୁ_ଏକାଠି_କଲେ_ଆଦିତ୍ୟ

#ସ୍ୱର୍ଗରେ_ଥାଇ_ମାଆ_ଝିଅଙ୍କୁ_ଏକାଠି_କଲେ_ଆଦିତ୍ୟ ମୃତ୍ୟୁ ପରେ ବି ମା ଝିଅଙ୍କୁ ମିଶାଇଦେଲେ ମାନବପ୍ରେମୀ ଆଦିତ୍ୟ । ଆଦିତ୍ୟଙ୍କ ମୃତ୍ୟୁରେ ଝୁରି ହେଉଥିବା ମାଆଙ୍କୁ ଟିଭିରେ ଦେଖି ଯାଜପୁରରୁ ଭୁବନେଶ୍ୱର ଧାଇଁ ଆସିଲା ଝିଅ ।#NandighoshaTV #AdityaDash

Nandighosha TV यांनी वर पोस्ट केले शनिवार, १८ जुलै, २०२०

ପିପୁଲ ଫର୍ ସେବା ଚଳାଉଥିବା ଆଦିତ୍ୟ ଆଜି ନାହାଁନ୍ତି ସତ କିନ୍ତୁ ତାଙ୍କୁ ଏବେ ବି ଝୁରୁଛନ୍ତି ତାଙ୍କ ଆଶ୍ରମର ପ୍ରତ୍ୟେକଟି ବାପା-ମାଆ । ଆରପାରିରେ ଥିବା ଆଦିତ୍ୟ ଆଜି ତାଙ୍କ ମୃତ୍ୟୁ ପରେ ବି ମାଆ-ଝିଅଙ୍କୁ ଏକାଠି କରି ଦେଇଛନ୍ତି । ଆଉ ଏହି ଏକାଠି ହେବାର କାରଣ ପାଲଟିଛି ଆଦିତ୍ୟଙ୍କ ମୃତ୍ୟୁର ଖବର । କୁହାଯାଏ ମାଆର ମମତା ଆଗରେ ସବୁ ତୁଚ୍ଛ । ଦୁନଆରେ ଯଦି କିଏ ନିସ୍ୱାର୍ଥ ପ୍ରେମ କରିଥାଏ ସେ ହେଲା ମାଆ । ଆଉ ଏହି ମାଆ ମାନଙ୍କୁ ନବୁଝି ତା ମମତାର ସ୍ୱରକୁ ନ ଶୁଣି ସେମାନଙ୍କୁ ଘରୁ ବାହାର କରି ଦେଉଥିବା ଏହି ମଣିଷମାନେ ନିଷ୍ଠୁର ନିଶ୍ଚୟ । କିନ୍ତୁ ଏଭଳି ମା’ଙ୍କ ସାହାରା ପାଲଟିଥିଲେ ଆଦିତ୍ୟ ।

ସେହି ଆଦିତ୍ୟ ମୃତ୍ୟୁ ପରେ ମଧ୍ୟ ଜଣେ ଝିଅଙ୍କୁ ତାଙ୍କ ମା’ଙ୍କ ସହ ମିଳାଇଛନ୍ତି । ମା’ ପୁଣିଥରେ ଝିଅ ପାଖକୁ ଫେରିଛନ୍ତି । ଏସବୁ ହୋଇପାରିଛି ଆଦିତ୍ୟଙ୍କ ପାଇଁ । ଆଦିତ୍ୟଙ୍କ ମୃତ୍ୟୁ ଖବର ଟିଭିରେ ପ୍ରସାରିତ ହୋଇଥିଲା । ଟିଭିରେ ଆଦିତ୍ୟଙ୍କୁ ନେଇ ନିଜ ସ୍ମୃତି ବଖାଣୁଥିଲେ ଏହି ମା  । ନିଜର ହଜିଲା ମା’ଙ୍କୁ ଅନେକ ଦିନ ଧରି ଖୋଜୁଥିବା ଝିଅ ଟିଭିରେ ମା’ଙ୍କୁ ପୁଣିଥରେ ଆବିଷ୍କାର କରନ୍ତି । ଆଉ ଧାଇଁ ଆସନ୍ତି ମା’ ପାଖକୁ । ମା’କୁ ଦେଖି ଭୋ ଭୋ ହୋଇ କାନ୍ଦନ୍ତି । ଅନେକ ଦିନରୁ ଅଟକି ଥିବା କୋହ ମା’କୁ ଦେଖି ଲୁହ ହୋଇ ବୋହିଯାଏ । ଝିଅ ମା’କୁ ନିଜ ସହ ନେବାକୁ ଜିଦ୍ ଧରନ୍ତି । କିନ୍ତୁ ମା’ ଝିଅ ଘରକୁ ଯିବାକୁ ମନା କରନ୍ତି । ତେବେ କିଏ ଏହି ମହିଳା ଓ କାହିଁକି ସେ ଆଶ୍ରମରେ ରହୁଥିଲେ,ଯଦିଓ ତାଙ୍କର ସ୍ୱାସୀ,ପୁଅଙ୍କୁ ନେଇ ଥିଲା ସୁଖୀ ପରିବାର ।

କାହିଁକି ଘର ଛାଡିଥିଲେ ?

ଏହି ବୃଦ୍ଧା ଜଣଙ୍କର ପରିବାର ଅଛି ଏବଂ ତାଙ୍କ ଘର ଯାଜପୁର । ସ୍ୱାମୀ,ପୁଅ ଓ ଝିଅଙ୍କୁ ନେଇ ପରିବାର । ଝିଅ ବାହା ହେବା ପରେ ନିଜ ପରିବାରକୁ ନେଇ ବ୍ୟସ୍ତ । କିନ୍ତୁ ସ୍ୱାମୀ ଓ ପିଲା ଥାଇ ମଧ୍ୟ ଏହି ମହିଳା ଆଶ୍ରା ଖୋଜୁଥିଲେ । କାରଣ  ପୁଅ ଓ ସ୍ୱାମୀ ତାଙ୍କ ଉପରେ କରୁଥିଲେ ଅତ୍ୟାଚାର । ଝିଅ ବିବାହ ପରେ ନିଜ ପରିବାରରେ ବ୍ୟସ୍ତ ଥିଲେ । ଅତ୍ୟାଚାର ସୀମା ବାହାରକୁ ଯିବା ପରେ ମହିଳା ଜଣକ ଝିଅ ଘରକୁ ଚାଲିଯାଇଥିଲେ । କିନ୍ତୁ ସେଠାରେ କିଛିଦିନ ରହିବା ପରେ ହଠାତ୍ କେଉଁ ଆଡେ ଚାଲିଯାଇଥିଲେ । ଝିଅ ମା’କୁ ଖୋଜିଥିଲେ । କଟକରୁ ପରୀ ,ପୂର୍ବରୁ ପଶ୍ଚିମ ସବୁ ଆଡକୁ ଯାଇଥିଲେ  । କିନ୍ତୁ କେଉଁଠି ମଧ୍ୟ ମା’ର ପତ୍ତା ପାଇନଥିଲେ । ମା’କୁ ଆଉ ପାଇବେନି ବୋଲି ଧରି ନେଇଥିବା ଝିଅ କିନ୍ତୁ ହଠାତ ତାଙ୍କୁ ଟିଭିରେ ଆବିଷ୍କାର କରନ୍ତି । ଆଉ ତା’ପରେ ହୁଏ ମା’ଝିଅଙ୍କ ମିଳନ ।

 

Leave a Reply