କରୋନା ଟୀକାକରଣରେ ଓଡ଼ିଶାକୁ ସହଯୋଗ କରିବୁ, ଟ୍ୱିଟ୍ କରି କହିଲେ ପୁନାୱାଲା

1 min read

ଭୁବନେଶ୍ୱର: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଟିକାକୁ ନେଇ ବିଶ୍ୱ ବ୍ୟାପି ଆଶା ସୃଷ୍ଟି ହୋଇଛି । ଏହି ଟିକା କରୋନାରୁ ମୁକ୍ତି ଦେବ ବୋଲି ଆଶା କରାଯାଉଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ଟିକା ଉତ୍ପାଦନ ପାଇଁ ଚୁକ୍ତିବଦ୍ଧ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ସିଆଇଆଇ) ଭାରତରେ ଏହି ଟିକା ପ୍ରସ୍ତୁତ କରୁଛି । ସିଆଇଆଇର ସିଇଓ ଆଦର ପୁନାୱାଲାଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ ।

ଆଦର ପୁନାୱାଲାଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ସିଆଇଆଇକୁ ସେମାନଙ୍କ କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସେ ମଧ୍ୟ ଭବିଷ୍ୟତରେ ଟିକା ବଜାରକୁ ଆସିଲେ ଓଡ଼ିଶାର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ପୁନାୱାଲାଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପୁନାୱାଲା ଟ୍ୱିଟ୍ ଯୋଗେ ଟୀକାକରଣ ଦିଗରେ ଓଡ଼ିଶାକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଟ୍ୱିଟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାର ପୁରା ଭିଡିଓ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ଟିକା ଦୁର୍ବଳ କରୋନା ଭୂତାଣୁକୁ ନେଇ ପ୍ରସ୍ତୁତ । ଏହାକୁ ଜେନେଟିକାଲି ମୋଡିଫାଇଡ୍ କରାଯାଇଛି । ଫଳରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କ ଶରିର ଉପରେ କରୋନା ଭାଇରସ ଆକ୍ରମଣ କଲେ ଟିକା ଆଣ୍ଟିବଡିଜ୍ ପ୍ରସ୍ତୁତ କରିଥାଏ ।

(କେମତି କାମ କରେ ଅକ୍ସଫୋର୍ଡ ଟିକା ଜାଣିବା ପାଇଁ ଏହି ଲିଙ୍କକୁ କ୍ଲିକ୍ କରନ୍ତୁ..)

Oxford Corona Vaccine : ତିନି ଷ୍ଟେପରେ କରୋନା ଶେଷ,ଏମିତି କାମ କରେ ଆକ୍ସଫୋର୍ଡ ଭ୍ୟାକ୍ସିନ୍

Leave a Reply