ସୁଶାନ୍ତଙ୍କ ବିଷୟରେ କହିଲେ କୋଷ୍ଟାର ସଞ୍ଜନା… ସେଟରେ ଏମିତି ରହୁଥିଲେ ଅଭିନେତା

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ପ୍ରତିଟି ଖବର ପ୍ରଶଂସକଙ୍କ ହୃଦୟରେ ଏକ ସ୍ମୃତି ହୋଇ ରହିବ । ସେଥିପାଇଁ ତ ଏଯାଏଁ କେହି ଗ୍ରହଣ କରିପାରୁନାହାନ୍ତି ଯେ, ରାଜପୁତ ଆଉ ନାହାଁନ୍ତି । ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନ ହେଉ କିମ୍ବା ଫିଲ୍ମ ଖବର, ଲୋକେ ତାଙ୍କ ଜୀବନର ପ୍ରତ୍ୟେକ ପୃଷ୍ଠାକୁ ସାଇତି ରଖିବାକୁ ଚାହାଁନ୍ତି । “ଦିଲ ବେଚେରା” ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସଞ୍ଜନା ନିକଟରେ ସୁଶାନ୍ତଙ୍କୁ ନେଇ ଅନେକ କଥା କହିଛନ୍ତି ।

ସଞ୍ଜନା ହେଉଛନ୍ତି ସେହି ଅଭିନେତ୍ରୀ ଯିଏ ସୁଶାନ୍ତଙ୍କ ସହ ଶେଷ ଫିଲ୍ମ କରିଥିଲେ । ସଞ୍ଜନା ସୁଶାନ୍ତଙ୍କୁ ବନ୍ଧୁ ଭାବେ ସପୋର୍ଟ କରି ଅନେକ କଥାର ଖୁଲାସା କରିଛନ୍ତି । ସୁଶାନ୍ତ ଚାଲିଯିବା ପରେ ସଞ୍ଜନା ଅଧିକ କିଛି କହି ନଥିଲେ । କିନ୍ତୁ ବର୍ତ୍ତମାନ ସେ ସେହି ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ, ସୁଶାନ୍ତ ସର୍ବଦା ତାଙ୍କ ହୃଦୟରେ ଜୀବିତ ରହିବେ । ସଞ୍ଜନା, ସୁଶାନ୍ତଙ୍କ ଜୀବନ ଏବଂ ସୁଖକୁ ଅତି ନିକଟରୁ ଦେଖିଛନ୍ତି  ।

ସଞ୍ଜନା କହିଛନ୍ତି ଯେ, ଏମିତି ଅନେକ ଜିନିଷ ଅଛି ଯାହା ଉଭୟଙ୍କ ମଧ୍ୟରେ ସମାନ ଥିଲା । ସେଟ୍‌ର ପ୍ରଥମ ଦିନରେ ଉଭୟଙ୍କର ବହୁତ ଭଲ ବନ୍ଧୁତା ହୋଇଥିଲା । ସୁଶାନ୍ତ ବହୁତ ଇଣ୍ଟ୍ରୋଭଟ୍ ଥିଲେ, କିନ୍ତୁ ସଞ୍ଜନାଙ୍କ ସହ ତାଙ୍କର ବନ୍ଧୁତା ଖୁବ ଶୀଘ୍ର ହୋଇଥିଲା । ସୁଶାନ୍ତଙ୍କ ପରି ସଞ୍ଜନା ମଧ୍ୟ ତାଙ୍କ କଲେଜର ଟପ୍ପର ଥିଲେ । ସେଟ୍ ଉପରେ, ଉଭୟ ସେମାନଙ୍କର ବୁକିସ୍ ଜ୍ଞାନ ନେଇ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ । ସୁଶାନ୍ତଙ୍କ ପରି ସଞ୍ଜନା ମଧ୍ୟ ବହି ପଢିବାକୁ ଭଲ ପାଆନ୍ତି। ସଞ୍ଜନା କହିଛନ୍ତି ଯେ ସୁଶାନ୍ତ ତାଙ୍କୁ ସର୍ବଦା ପ୍ରେରଣା ଦେଉଥିଲେ ଏବଂ କହୁଥିଲେ ଯେ ‘ତୁମେ ଜୀବନରେ ଆହୁରି ଆଗକୁ ଯିବ’।

ସଞ୍ଜନା କହିଛନ୍ତି ଯେ ‘ଆମେ ଦୁହେଁ ହଲିଉଡ ଫିଲ୍ମ ଏବଂ’ ଦ ଫଲ୍ଟ ଇନ୍ ଆୱର ଷ୍ଟାର୍ସ ‘ପୁସ୍ତକ ପଢୁଥିଲୁ’ । ସେଥିପାଇଁ ଫିଲ୍ମରେ ଉଭୟ ନିଜ ନିଜ ଭୂମିକାରେ ଅଭିନୟ କରିବା ଅଧିକ କଷ୍ଟକର ହୋଇନଥିଲା । ସଞ୍ଜନା ପ୍ରଥମେ ବହୁତ ନର୍ଭସ ଥିଲେ । କିନ୍ତୁ ତାଙ୍କ ଟିମ୍ ପାଇଁ ସିଏ ବହୁତ କମ୍ଫର୍ଟେବୁଲ ଥିଲେ । ସଞ୍ଜନା କହିଛନ୍ତି ଯେ ସୁଶାନ୍ତ ମଧ୍ୟ ତାଙ୍କ ଭଳି ଖାଇବାର ବହୁତ ସଉକ ରଖୁଥିଲେ । ଲଂଚ ଟାଇମରେ ପୂରା ଟେବୁଲ ଖାଦ୍ୟରେ ପରିପୂର୍ଣ୍ଣ ହେଉଥିଲା, କିନ୍ତୁ ମୁକେଶ , ସଞ୍ଜନା ଓ ସୁଶାନ୍ତଙ୍କୁ ତଳେ ବସି ଖାଇବାକୁ ଭଲ ପାଉଥିଲେ । ସଞ୍ଜନା ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଶିକ୍ଷା ଏବଂ ସିନେମା ବାର୍ତ୍ତା ସେ କେବେ ଭୁଲି ପାରିବେ ନାହିଁ ।

Leave a Reply