୫ଶହ କିଲୋମିଟର ଦୂରକୁ ଚିଠି ଲେଖିଲେ ବର୍ଷା…

ଭୁବନେଶ୍ୱର: କୋରାପୁଟର କୋଇଲି । କୁଇ ଝିଅ ନମିତା । ଏବେ ଓଡ଼ିଶାରେ ଭାଇରାଲ ଭଏସ ଭାବେ ଚର୍ଚ୍ଚିତ । ଗୋଟିଏ ଗୀତ ତାଙ୍କୁ ପୁରା ଓଡ଼ିଶାରେ ପରିଚିତ କରାଇଥିଲା । ଆଉ ସେଇ ଗୀତ ତାଙ୍କୁ କଟକ ଆଣିଥିଲା । କଟକରେ ଓଲିଉଡ ଅଭିନେତ୍ରୀ ବର୍ଷାଙ୍କ ସହ ହୋଇଥିଲା ଦେଖା । ବର୍ଷାଙ୍କୁ ନମିତାଙ୍କ କଣ୍ଠ ଓ ଲଢିବା ଇଛା ଆପଣାର କରିନେଇଥିଲା । ନମିତାଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇ ବର୍ଷା ଲେଖିଛନ୍ତି ଚିଠିଟିଏ । ମୋବାଇଲ ଯୁଗରେ ଚିଠି ଅଜଣା ଦୁନିଆର କାହାଣୀ ହୋଇଥିବା ବେଳେ ବର୍ଷା ଚିଠି ଲେଖି ପାଲଟି ଯାଇଛନ୍ତି ନମିତାଙ୍କ ବଡ଼ ଭଉଣୀ । ଚିଠିର ପ୍ରତ୍ୟକଟି ଶବ୍ଦରେ ରହିଛି ଆଗକୁ ବଢ଼ିବାର ପୁଳା ପୁଳା ପ୍ରେରଣା ।

ପଢ଼ନ୍ତୁ ବର୍ଷ କ’ଣ ଲେଖିଛନ୍ତି ଚିଠିରେ…

ବର୍ଷାଙ୍କ ଡାକରା ପାଇ କଟକ ସହରରେ ପାଦ ରଖିଥିଲେ ନମିତା । କଟକରେ ପହଞ୍ଚିବା ପରେ ପରେ କଟକ ଷ୍ଟୁଡିଓରେ ବର୍ଷାଙ୍କ ଉପସ୍ଥିତିରେ ରେକର୍ଡିଂ ହୋଇଛି କାଳିଆ ଭଜନ । କୁଇ ଓ ଓଡିଆ ଭାଷାରେ ଶ୍ରୀଜଗନ୍ନାଥ ଭଜନ ଗାଇଛନ୍ତି ନିଜେ ନମିତା । ଗୀତ ଲେଖିଥିବା ବିଜୟ ମଲ୍ଲ ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ନମିତାଙ୍କୁ ନେଇ ବେଶ ଆଶାବାଦୀ । ବଣର ମଲ୍ଲି ଆଗକୁ ସାରା ଓଡିଶାରେ ନିଜର ମହକ ବିଛାଇବ ବୋଲି ଆଶା ରଖିଛନ୍ତି ଆଲବମ୍ର ପୁରା ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ରହିଛି ନମିତାଙ୍କ ପଛରେ ।

Leave a Reply