Sushant Singh Rajput Case: ସିବିଆଇ ଯାଞ୍ଚ ପାଇଁ ଗୃହରେ ବିଧାୟକଙ୍କ ଦାବି

1 min read

ପାଟଣା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ବିହାର ପୋଲିସର ତଦନ୍ତ ଆଗକୁ ବଢ଼ିବା ସହ ତେଜିବାରେ ଲାଗିଛି ରାଜନୀତି । ବିହାର ବିଧାନସଭାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବିଷୟ ଉଠିଛି । ସୁଶାନ୍ତଙ୍କ ସମ୍ପର୍କୀୟ ତଥା ବିଜେପି ବିଧାୟକ ନୀରଜ ସିଂହ ବବଲୁ ଏହି ମାମଲାକୁ ଉଠାଇବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେହିଭଳି ବିରୋଧୀ ନେତା ତେଜସ୍ୱୀ ଯାଦବ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ବିହାର ସରକାରରେ ମନ୍ତ୍ରୀ ଥିବା ଜୟ ସିଂହ କହିଛନ୍ତି ମହାରାଷ୍ଟ୍ର ସରକାର ସଂଘୀୟ ବ୍ୟବସ୍ଥା ବିରୋଧରେ ଥିବା କହିଛନ୍ତି । ଏସବୁକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି ।

ଅନ୍ୟପଟେ ବିହାରର ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ମୁମ୍ବାଇରେ କ୍ୱାରେଣ୍ଟାଇନ୍ ରଖିବାକୁ ନେଇ ବୟାନବାଜି ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହା ଉପରେ ମନ୍ତବ୍ୟ ରଖିବା ସହ ଏସବୁ ଠିକ୍ ହେଉନଥିବା କହିଛନ୍ତି । ଆମେ ଆମ କାମ କରୁଛି । ପାଟଣା ସିଟି ଏସପି ବିନୟ ତିୱାରୀଙ୍କ ସହ ମୁମ୍ବାଇରେ ଯାହା କିଛି ବି ହୋଇଛି ଏହା ଭୁଲ । ଏହା ଉପରେ ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ନୀତିଶ କହିଛନ୍ତି । ଏହାରି ଭିତରେ ବିଧାନସଭାରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଦାବି ହୋଇଛି ।

ଯାଞ୍ଚ ପାଇଁ ମୁମ୍ବାଇ ପୋଲିସକୁ ବିହାରରେ ସହଯୋଗ କରାଯାଇଥିଲା । ତେବେ, ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ କରୁନାହିଁ । ଏହାକୁ ନେଇ ବିହାର ସରକାରରେ ମନ୍ତ୍ରୀ ଥିବା ଜୟ ସିଂହ ପ୍ରଶ୍ନ ଉଠାଇଛନ୍ତି । ମହାରାଷ୍ଟ୍ର ସରକାର ସଂଘୀୟ ବ୍ୟବସ୍ଥା ବିରୋଧରେ ଯାଉଛନ୍ତି । ପୂର୍ବରୁ ବିହାର ସରକାରରେ ମନ୍ତ୍ରୀ ଥିବା ସଞ୍ଜୟ ଝା ମଧ୍ୟ ଏସବୁ ଠିକ୍ ନୁହେଁ ବୋଲି କହିଥିଲେ । ପ୍ରାୟ ସପ୍ତାହେ ଧରି ବିହାର ପୋଲିସର ଚାରିଜଣିଆ ଟିମ୍ ମୁମ୍ବାଇରେ ତଦନ୍ତ କରୁଛି । ତଦନ୍ତକୁ ତ୍ୱରାନ୍ୱିତ ପାଇଁ ଆଉ ଜଣେ ଅଧିକାରୀ ଯିବା ବଳେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଯାହାକି ନିନ୍ଦାର କଥା, ଏପରି କରିବା ଦ୍ୱାରା ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଆହୁରି ଦୃଢ଼ୀଭୂତ ହେଉଛି ।

ଅନ୍ୟପଟେ ସୁଶାନ୍ତଙ୍କ ବାପା କେକେ ସିଂହ, ରିୟା ଚକ୍ରବର୍ତ୍ତୀଙ୍କ ସହିତ ଅନ୍ୟ ୬ ଜଣଙ୍କ ନାଁରେ ଏତଲା ଦେଇଛନ୍ତି । ଯେଉଁଥିରେ ସୁଶାନ୍ତଙ୍କୁ ସୁଇସାଇଡ୍ ପାଇଁ ଏମାନେ ପ୍ରେରିତ କରିବା ଅଭିଯୋଗ କରାଯାଇଛି । ଯାହାର ତଦନ୍ତ ପାଇଁ ବିହାରର ପୋଲିସର ୪ ଜଣିଆ ଟିମ୍ ମୁମ୍ବାଇ ଯାଇଛି । ଟିମର ନେତୃତ୍ୱ ନେଉଥିବା ପାଟଣା ଏସପି ବିନୟ ତିୱାରୀ ରବିବାର ମୁମ୍ବାଇ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖିଛି । ଯାହାକୁ ନେଇ ବିହାରରେ ଉତ୍ତେଜନା ପ୍ରକାଶ ପାଇଛି । ଡିଜିପି ପୋଲିସ ଅଧିକାରୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ।

Leave a Reply