ଭୁବନେଶ୍ୱରରେ ନବୀନ-କମଲ୍ ସାକ୍ଷାତ ଆଲୋଚନା, କମଲ୍ ହାସନ କହିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…

1 min read

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରସିଦ୍ଧ ସାଉଥ୍ ଷ୍ଟାର ତଥା ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ । ଏହି ଅବସରରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । MNM ଅଧ୍ୟକ୍ଷ କମଲ୍ ହାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ଜୀବନ ପ୍ରେରଣାଦାୟୀ । ତାଙ୍କ ରାଜନୀତିକ ଜୀବନକୁ ଅତି ପାଖରୁ ଦେଖି ଆନନ୍ଦିତ ହୋଇଛି । ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ତାଙ୍କର ରାଜୀନିକ ଭବିଷ୍ୟତ ସଂପର୍କରେ ବହୁ ପରାମର୍ଶ ନେଇଥିବା କହିଥିଲେ । ଏକ ଭଲ ତାମିଲନାଡୁ ଗଠନରେ ଏବଂ ଅଣ ଦୁର୍ନୀତିଗ୍ରସ୍ତଙ୍କୁ ନେଇ ସେ ଆଗକୁ କାମ କରିବେ ବୋଲି କମଲ ହାସନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, କମଲ ହାସନଙ୍କ ରାଜନୀତିକ ଜୀବନ ଉପରେ ଆଲୋଚନା ହେଲା । ତାଙ୍କର ବର୍ତ୍ତମାନର ଫିଲ୍ମ କ୍ୟାରିଅର ସଂପର୍କରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ତେବେ କମଲଙ୍କୁ ବାରମ୍ୱାର ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର କୋଣାର୍କ ଓ ଚିଲିକା ଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ପରାମର୍ଶ ଦେଇଛନ୍ତି ।

ତେବେ କମଲ ହାସଲ କୌଣସି ଜାତୀୟ ଦଳ ସହ ମେଣ୍ଟକରିବା ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ')}

Leave a Reply