ଏନସିବି ଅଫିସରେ ଅର୍ଜୁନ ରାମପାଲ

1 min read

ମୁମ୍ବାଇ: ଅଭିନେତା ଶୁସାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ଏବେ NCB ସ୍କାନରରେ ବଲିଉଡ । ଡ୍ରଗ୍ସ ଲିଙ୍କ ଚେର କେତେ ଗଭୀରକୁ ଯାଇଛି, ତାରା ପିଛା ଚଳାଇଛି କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା । ଏହି କ୍ରମରେ ଆଜି ଏନସିବି ଅଫିସରେ ହାଜର ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ।

ଡ୍ରଗ୍ସ ଲିଙ୍କ କେସ୍‌ରେ ଅର୍ଜୁନ ରାମପାଲଙ୍କୁ NCB ପଚରାଉଚରା ଚଳାଇଛି । ଡିସେମ୍ବର ୧୬ରେ ହାଜର ହେବାକୁ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଜୁନଙ୍କୁ ସମନ ପଠାଇଥିଲା । କିନ୍ତୁ ୨୧ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ଅଭିନେତା ଅର୍ଜୁନ ରାମପାଲ । ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ନେଇ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀଙ୍କୁ NCB ପଚରାଉଚରା କରିସାରିଛି ।

ପୂର୍ବରୁ ଅର୍ଜୁନ ରାମପାଲଙ୍କ ବନ୍ଧୁ ପଲ୍‌ ପାରଟେଲ ଓ ଗର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କ ଭାଇକୁ NCB ଗିରଫ କରିଛି । ଏହି କେସ୍‌ରେ ଅନେକଙ୍କୁ NCB ଗିରଫ କରିଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀଖାନ୍, ଶ୍ରଦ୍ଧା କାପୁର ଓ ରକୁଲପ୍ରୀତ ସିଂଙ୍କୁ ମଧ୍ୟ ଜେରା କରିଛି ।

Leave a Reply