ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟି ଟଙ୍କାର ମାନହାନି କେସ କଲେ ଅକ୍ଷୟ କୁମାର, ଜାଣନ୍ତୁ ପୁରା ଘଟଣା

1 min read

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ଏହାକୁ ନେଇ ଚାରି ମାସ ଧରି ନକଲି ଖବର ପ୍ରାସାରଣ କରି ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା କମାଇ ଥିବା ଅଭିଯୋଗ ରହିଛି ଜଣେ ବିହାରର ୟୁଟ୍ୟୁବର ରାଶିଦ ସିଦ୍ଦୀକୀଙ୍କ ନାଁରେ । ମିଡ ଡେ ରେ ପ୍ରକାଶିତ ଏକ ଖବର ମୁତାବକ ଏକ ଯାଞ୍ଚ ସମୟରେ ଏ ଖବର ସାମ୍ନାକୁ ଆସିଥିଲା । ୨୫ ବର୍ଷିୟ ଏହି ଅଭିଯୁକ୍ତ ପେଶାରେ ଜଣେ ସିଭିଲ ଇଞ୍ଜିନିୟର ଏବଂ ୟୁଟ୍ୟୁବରେ FFNews ନାମକ ନିଜର ଚ୍ୟାନେଲ ଚଲାଇଥାନ୍ତି ।

ୟୁଟ୍ୟୁବର ବିରୋଧରେ ମାଲଲା ଦାଖଲ

ଶିବସେନାର ଲିଗାଲ୍ ସେଲ୍ ଆଡଭୋକେଟ୍ ଧର୍ମେନ୍ଦ୍ର ମିଶ୍ରା, ସିଦ୍ଦୀକୀ ବିରୋଧରେ ମାମଲା ଦାଖଲ କରିଛନ୍ତି । ରିପୋର୍ଟ ମୁତାବକ, ପୋଲିସ ମାନହାନି, ସାର୍ବଜନୀକ ଦୁର୍ବ୍ୟବହାର ଏବଂ ଜାଣିଶୁଣି ଅପମାନ ଦେବା ଅଭିଯୋଗ ଦାଖଲ କରିଛନ୍ତି । କୋର୍ଟ ସିଦ୍ଦୀକୀଙ୍କୁ ଅଗ୍ରିମ ଜାମିନ ପ୍ରଦାନ କରିଛି ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ସୀଦ୍ଦୀକୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ମୁମ୍ବାଇ ପୋଲିସ, ମହାରାଷ୍ଟ୍ର ସରକାର, ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଅଭିନେତା ଅକ୍ଷୟ କୁମାରଙ୍କ ବିରୋଧରେ ଅନେକ ଭିଡିଓ ରହିଛି । ଏହିସବୁ ଭିଡିଓକୁ ଲକ୍ଷ ଲକ୍ଷ ଭିଉୟର୍ସ ଦେଖିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ଅଭିନେତା ଅକ୍ଷୟ କୁମାର ସିଦ୍ଦୀକୀଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି କେସ କରିଛନ୍ତି । ସୂଚନା ଅନୁଯାୟୀ, ସିଦ୍ଦୀକୀ ଅକ୍ଷୟ କୁମାରଙ୍କୁ ନେଇ ନିଜ ଭିଡିଓରେ ଦାବି କରିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ଏମଏସ୍ ଧୋନୀ ଫିଲ୍ମ ମିଳିବାରେ ଅକ୍ଷୟ କୁମାର ଖୁସି ନଥିଲେ ।

ସିଦ୍ଦୀକୀ ନିଜ ଭିଡିଓରେ ଏହା ମଧ୍ୟ ଦାବି କରିଥିଲେ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଅକ୍ଷୟ କୁମାର ରିୟା ଚକ୍ରବର୍ତ୍ତୀଙ୍କୁ କାନାଡା ପଠାଇବା ପାଇଁ ଯୋଜନା କରିଥିଲେ ।

Leave a Reply