କ୍ୱାରେଣ୍ଟାଇନ୍‌ ଗୃହରେ ଅଭାବନୀୟ ଘଟଣା, ପରସ୍ପର ଉପରକୁ ଏସିଡ୍‌ ମାଡ଼ କଲେ ଅନ୍ତେବାସୀ

ବିହାର: କ୍ୱାରେଣ୍ଟାଇନ୍‌ ଗୃହରେ ଏସିଡ୍‌ ମାଡ଼ । ଅନ୍ତେବାସୀ ପରସ୍ପର ଉପରକୁ କରିଛନ୍ତି ଏସିଡ୍‌ ମାଡ଼ । ରାୟଗଡା କୁମ୍ଭୀକୋଟ କ୍ୱାରେଣ୍ଟାଇନ୍‌ ଗୃହରେ ଘଟିଛି ଏହି ଅଭାବନୀୟ ଘଟଣା । କ୍ୱାରେଣ୍ଟାଇନରେ ଥିବା  ବିହାର ଅଞ୍ଚଳର ବିଘ୍ନେସ ସାହା ୫୦୦ ଟଙ୍କା ପାଇଁ ଦିଲୀପ ସାହାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଦିଲ୍ଲୀପ ସାହାଙ୍କ ବ୍ୟତିତ ଅନ୍ୟଜଣେ ବି ଗୁରୁତର  ହୋଇଛନ୍ତି ।

ବିହାରର ଅନ୍ୟ ୮ ଜଣ ବି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଗୁରୁତର ଦୁଇଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଅଭିଯୁକ୍ତ ଘର ଘର ବୁଲି ସୁନା ସଫା କରନ୍ତି । ଲକଡାଉନ୍‌ ପାଇଁ ଏମାନେ କୁମ୍ଭୀକୋଟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply