ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା… ନିଜ ବଡ଼ ଭଉଣୀ ସରସ୍ୱତୀଙ୍କୁ ଟାଣିଲେ ବିବାଦ ଘେରକୁ…

Ace Sprinter Dutee Chand Accused Elder Sister of Having Relationship With A Girl

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା । ନିଜ ବଡ଼ ଭଉଣୀଙ୍କ ସମଲିଙ୍ଗୀ ସଂପର୍କ ନେଇ ଆରୋପ ଲଗାଇଛନ୍ତି ଦୂତୀ । କହିଛନ୍ତି ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ ଅଛନ୍ତି । ସମଲିଙ୍ଗୀ ସଂପର୍କ ନେଇ ତାଙ୍କୁ ବିବାଦକୁ ଟାଣିଥିବା ସରସ୍ୱତୀ ଏବେ କେମିତି ସମଲିଙ୍ଗୀ ସଂପର୍କ ରଖିଛନ୍ତି ବୋଲି ଦୂତୀ ପ୍ରଶ୍ନ କରିବା ସହିତ ସମାଲୋଚନା କରିଛନ୍ତି ।

ତେବେ ଏନେଇ ଗତକାଲି ନିଜର ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲେ ଦୌଡରାଣୀ ଦୂତୀଚାନ୍ଦ । କିନ୍ତୁ ଫେସବୁକରେ ଦିଆଯାଇଥିବା ଏହି ପୋଷ୍ଟକୁ କିଛି ସମୟପେର ଡିଲିଟ କରିଦେଇଥିଲେ ଦୂତିଚାନ୍ଦ । କିନ୍ତୁ ନିଜ ହ୍ୱାଟସଆପ ଆକାଉଣ୍ଟର ଷ୍ଟାଟସ ମାଧ୍ୟମରେ ସୂଚନା ଦେଇଥିଲେ ଦୂତି । ତେବେ ସେ ଏହି ସମଲିଙ୍ଗୀ ସମ୍ପର୍କରେ ରହିଥିବାରୁ ତାଙ୍କ ଘରେ ଦୂତୀଙ୍କୁ ପୂରା ଦେଉନଥିବା ବେଳେ ବଡ଼ ଭଉଣୀ ସରସ୍ୱତୀଙ୍କ ଏହି ସମ୍ପର୍କ ବିଷୟରେ ଜାଣିବାପରେ ଘରଲୋକ କାହିଁକି ଚୁପ୍ ରହିଛିନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଦୂତୀଙ୍କ କହିବା ଅନୁସାରେ, ସରସ୍ୱତୀ ଯାହାଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ସେ ଦୀର୍ଘଦିନ ଧରି ଦୂତୀଙ୍କ ଘରେ ରହି ଆସୁଥିଲେ । ଏବଂ ଏନେଇ ଯେତେବେଳେ ଦୂତୀ ତାଙ୍କ ମାଆଙ୍କୁ ପଚାରିଥିଲେ ମାଆ ସେ ଝିଅ ସରସ୍ୱତୀଙ୍କ ଛାତ୍ରୀ ବୋଲି କହିବା ସହ ସେ ଏଠାରେ ରହି ଟ୍ରେନିଂ ନେଉଥିବା କହିଥିଲେ । କିନ୍ତୁ ପରେ ଦୂତୀ ତାଙ୍କ ପଡ଼ିଶା ଘର ଏବଂ ଗାଁ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ସରସ୍ୱତୀଙ୍କର ସେହି ଝିଅ ସହ ସମଲିଙ୍ଗୀ ସମ୍ପର୍କ ଅଛି । ଏବଂ ସେ ଝିଅ ଘରେ ରହିବା ସହ ଘରର ବୋହୂ ଭଳି ସବୁ ପ୍ରକାର କାମ କରୁଛି ।

ତେବେ ଦୂତୀଙ୍କ ଅଭିଯୋଗ ଅନୁଯାଇ ଭଉଣୀର ଯଦି ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ତେବେ ତାଙ୍କୁ କାହିଁକି ଏହି ସମ୍ପର୍କ ପାଇଁ ବିରୋଧ କରୁଛନ୍ତି । ଏବଂ କାହିଁକି ତାଙ୍କୁ ଘରକୁ ଯିବାକୁ ଦେଉ ନାହାଁନ୍ତି ।

Leave a Reply