୬୦ ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

1 min read

 ନିଆଳି: ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର କାଳିଆ ଘାଇ ଛକ ନିକଟରେ ସଡକ ଦୁର୍ଘଟଣା । ନିଆଳି ଅଭିମୁଖେ ଆସୁଥିବା ଏକ ପରିବା ବୋଝେଇ ଟ୍ରକ ଧକାରେ ଜଣେ ସାଇକେଲ ଆରୋହୀ ମୃତ । ଟ୍ରକ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଶରତ ଦଳାଇ । ତେବେ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକ ୬୦ ନମ୍ବର ରାଜ୍ୟ ରାଜପଥରକୁ ଅବରୋଧ କରିଥିଲେ । ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ସହ ତଦନ୍ତ ଆରମ୍ଭ କରିଛି ।

ସେପଟେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ରାସୋଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ମାନସ ସାମଲ । ସେ ପୁରୀରୁ ସମ୍ବଲପୁର ଅଭିମୁଖେ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

Leave a Reply