ଭଦ୍ରକରେ ରାତିଅଧରେ ଗଛରେ ପିଟିହେଲା ବାଇକ୍, ୩ ଜଣଙ୍କ ମଧ୍ୟରୁ ୨ ମୃତ

1 min read

ଭଦ୍ରକ : ବାଂଶଡ଼ା ଥାନା ନୂଆଗାଁ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଏକ ବାଇକ ଯୋଗେ ମତୋ-ନଲଗୋହରା ରାସ୍ତାରେ ଫେରୁଥିବା ବେଳେ ନୂଆଗାଁ ନିକଟରେ ବାଇକଟି ଭାରସମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ବାଇକରେ ଥିବା ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ସେଠାରେ ଡାକ୍ତର ଜଣକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆଉ ଦୁଇ ଜଣକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ କଟକ ରେଫର କରାଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଥିଲା । ତେକେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ଦେଢ଼ଟାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ଦୁଇ ଜଣ ହେଲେ ଅଶୋକ ଦାସ ଓ ବଳରାମ ନାୟକ । ଆହତ ହେଉଛନ୍ତି ଆନନ୍ଦ ନାୟକ । ସମସ୍ତେ ସ୍ଥାନୀୟ ନଳଗୋହିରା ଗାଁର ବାସିନ୍ଦା ବୋଲି ଜଣାପଡିଛି।

Leave a Reply