ଆଫଗାନିସ୍ତାନରେ ଶପଥ ନେଲେ ୨ ଜଣ ରାଷ୍ଟ୍ରପତି

1 min read

କାବୁଲ: ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ସହିତ ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅସ୍ଥିରତା । ଗୋଟିଏ ଦିନରେ ରାଷ୍ଟ୍ରପତି ପଦ ପାଇଁ ଦୁଇ ଦୁଇ ଜଣ ଶପଥ ନେଇଛନ୍ତି । ଅସରଫ ଘନି ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଅବଦୁଲ୍ଲାହ ଘନିଙ୍କ ଶପଥକୁ ଅବୈଧ ବୋଲି କହି ନିଜେ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି ।ରାଷ୍ଟ୍ରପତି ଭବନରେ ଘନିଙ୍କ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଆମେରିକାର ସ୍ୱତନ୍ତ୍ର ରାଜଦୂତ ଓ ନାଟୋ ମୁଖ୍ୟ କମାଣ୍ଡୋ ଯୋଗ ଦେଇଥିଲେ । ଶପଥ କାଳରେ ରାଷ୍ଟ୍ରପତି ଭବନ ଉପରକୁ ରକେଟ୍ ମାଡ଼ ହୋଇଥିବା ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଠିକ୍ ସେହି ସମୟରେ ନିର୍ବାଚନରେ ଘନିଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଅବଦୁଲ୍ଲାହ ଅବଦୁଲ୍ଲାହ ଅନ୍ୟ ଏକ ସ୍ଥାନରେ ଶପଥ ନେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଘନି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଏହାକୁ ସ୍ୱୀକାର କରିନଥିଲେ ।

ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି

୨ ନେତାଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ସଂଘର୍ଷ ଆଫଗାନିସ୍ତାନରେ ଶାନ୍ତି ପାଇଁ ଅଶୁଭ ବୋଲି ତାଲିବାନ ଏକ ବିବୃତ୍ତି ଜାରି କହିଛି ।

 

Leave a Reply