ଜାତିସଂଘ ପକ୍ଷରୁ ପୁରସ୍କୃତ ହେବେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା

କଟକ: ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କାଙ୍କୁ ବଡ଼ ସଫଳତା । ସସ୍ମିତାଙ୍କୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର । କଟକ ଜିଲ୍ଲା ଆଠଗଡ଼ ଡିଏଫଓ ସସ୍ମିତ ଲେଙ୍କା 2020 ବର୍ଷ ପାଇଁ ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପରିବେଶ ଅପରାଧ ରୋକିବା ଓ ବଜ୍ରକାପ୍ତା ପରି ବିଲୁପ୍ତ ପ୍ରାୟ ପ୍ରାଣୀର ଚୋରା ଚାଲାଣକାରୀ ରାକେଟକୁ ଦମନ କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସସ୍ମିତା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଜାତିସଂଘ ଓ ଏହାର ସହଯୋଗୀ ଏଜେନ୍ସିର ଅନ୍ତର୍ଜାତୀୟ ବିଶେଷଜ୍ଞ କମିଟି ଏହି ପୁରସ୍କାର ଦେବା ପାଇଁ ସସ୍ମିତାଙ୍କୁ ମନୋନୀତ କରିଛନ୍ତି । ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏସିଆ ପ୍ରଶାନ୍ତ ମହାସାଗର ଆଞ୍ଚଳିକ ନିର୍ଦେଶକ ଡେଚେନ ସେରିଙ୍ଗ ସୂଚନା ଦେଇଛନ୍ତି । ଚଳିତ ମାସରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସସ୍ମିତାଙ୍କୁ ସମ୍ମାନୀତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସିଆ ପ୍ରଶାନ୍ତ ମହାସାଗର ଆଞ୍ଚଳିକ ନିର୍ଦେଶକ ।

ପୂର୍ବରୁ ସସ୍ମିତା ରାଜ୍ୟରେ ବିଭିନ୍ନ ଅଂଚଳରେ ପଶୁ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଥିବାବେଳେ ଚିଲାକର ବିକାଶ ଦିଗରେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ସସ୍ମିତା । ସେପଟେ ଅଗାମୀ ଦିନରେ ଅଧିକରୁ ଅଧିକ ପଶୁ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ।

Leave a Reply