କାବୁ ହେଲା ଉନ୍ମତ୍ତ ଯୁବକ: ହାତରେ ବ୍ଳେଡ୍ ଧରି ଛାତରୁ ଛାତକୁ ଡେଉଁଥିଲା

1 min read

ଭୁବନେଶ୍ୱର: ବରମୁଣ୍ଡା ଗାଁରେ ଉତ୍ପାତ କରୁଥିବା ଜଣେ ଯୁବକକୁ କାବୁ କରିଛି ପୋଲିସ । ପ୍ରାୟ ୪ ଘଣ୍ଟା ଧରି ଏ ଛାତରୁ ସେ ଛତା ଡେଇଁ ଆତଙ୍କ ଖେଳାଇଥିଲା ଉନ୍ମତ୍ତ ଯୁବକ । ଉଦ୍ଧାର ପରେ ଯୁବକକୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନେଇଛି ପୋଲିସ । କେଉଁ କାରଣରୁ ସେ ଏପରି କରୁଥିଲେ ଜଣାପଡିନାହିଁ । ତାଙ୍କ ପରିଚୟ ଜଣା ପଡିନଥିବାବେଳେ ଯୁବକଙ୍କ ଡାହାଣ ହାତରେ ରାଜା ଖୋଦେଇ ହୋଇଛି । ପ୍ରେମରେ ଧୋକା ପାଇ ମାନସିକ ଭାରସାମ୍ୟ ହରାଇଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି । ଯୁବକ ଦିନ ୨ଟା ବେଳେ ଗାଁର ଜଣେ ବ୍ୟକ୍ତିଙ୍କ ଘର ଛତା ଉପରେ ଚଢ଼ିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ଛାତରୁ ଓହ୍ଲାଇବା ଲାଗି ତାଙ୍କୁ କୁହାଯାଇଥିଲା । ହେଲେ ସେ ନଓଲ୍ହାଇ ଛତା ଉପରେ ଥିବା ପଥରଗୁଡ଼ିକୁ ଫିଙ୍ଗିଥିଲେ । ତା’ ପରେ ତାଙ୍କୁ ଧରିବା ଲାଗି ସ୍ଥାନୀୟ ଯୁବକ ଗୋଡାଇଥିଲେ । ଗ୍ରାମବାସୀ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ କିନ୍ତୁ ଲୋକଙ୍କୁ ସେ ଆକ୍ରମଣ କରି ସେଠାରୁ ଖସିପଳାଇଥିଲା । ଏ ନେଇ ଖଣ୍ଡଗିରି ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଯୁବକକୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ପ୍ରାୟ ୨ ଘଣ୍ଟା ନକେଦାମ କରିଥିଲେ ଯୁବକ ।

https://www.facebook.com/NandighoshaTV/videos/1660579457446776

Leave a Reply