କାର କାଚ ଭାଙ୍ଗିଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ସୁନ୍ଦରଗଡ଼: ସାମାନ୍ୟ ପାଟିତୁଣ୍ଡରୁ ତୁମୁଳ କାଣ୍ଡ । କାର କାଚ ଭାଙ୍ଗିଦେବାରୁ ଯୁବକଙ୍କୁ ଗେଟରେ ବାନ୍ଧି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଅଁଳାବାହାଲ ଗାଁରେ । ଗାଁର ଯୁବକ ସାକ୍ଷୀଗୋପାଳ ପୋଢ଼ ରାତିରେ ଖାଇସାରି ଗାଁର କ୍ଲବଘର ବାରଣ୍ଡାରେ ଶୋଇଥିଲେ । ତେବେ କ୍ଲବ ଘର ସମ୍ମୁଖରେ ରହୁଥିବା କାନ୍ତ ବେଶନଙ୍କ ସହ ଯୁବକଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ଯୁବକ ଜଣକ ଉତ୍ୟକ୍ତ ହୋଇ କାନ୍ତ ବେଶନଙ୍କ ଘରେ ଠିଆ ହୋଇଥିବା କାରକୁ ଇଟା ଫୋପାଡ଼ି କାଚକୁ ଭାଙ୍ଗି ଦେଇଥିଲେ । ଏହାପରେ କାନ୍ତବେଶନ, ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ମିଶି ସାକ୍ଷୀଗୋପାଳକୁ ଧରି ଆଣି ନିଜ ଘର ଗେଟରେ ବାନ୍ଧି ନିସ୍ତୁକ ମାଡ଼ମାରିଥିଲେ ।

ଫଳରେ ସାକ୍ଷୀଗୋପାଳ ଗୁରୁତର ଭାବେ ଆହତ ହୋଇଥିଲା । ସାକ୍ଷୀଗୋପାଳ ଘର ଲୋକ ଆସି ତାକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାକ୍ଷୀଗୋପାଳର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କାନ୍ତବେଶନ ତାଙ୍କ ସ୍ତ୍ରୀ ସାବିତ୍ରୀ ବେଶନ ଓ ଦୁଇ ପୁଅ ନକୁଳ ଏବଂ ଗୋକୁଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply