ଗାନ୍ଧିଜୀଙ୍କ ଐତିହାସିକ କାଠଯୋଡି ସଭାର, ନିଆରା ବ୍ରୋଞ୍ଜ ପ୍ରତିମୂର୍ତ୍ତି

Why Mahatma Gandhi's Ashes Kept Secret For 40 Years in Odisha

କଟକ: କଟକ କାଠଗଡା ସାହିରେ ତିଆରି ଚାଲିଛି ଗାନ୍ଧିଜୀଙ୍କ ଐତିହାସିକ କାଠଯୋଡି ସଭାର ନିଆରା ବ୍ରୋଞ୍ଜ ପ୍ରତିମୂର୍ତ୍ତି । ୧୯୨୧ ମସିହାରେ ହୋଇଥିବା ସଭାର ଏକ ଫଟୋକୁ ଆଧାର କରି ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତିଆରି କରାଯାଉଛି ଏହି ମୂର୍ତ୍ତି । ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରେ କାଠଯୋଡି କୂଳରେ ବେଲଭ୍ୟୁ ପାର୍କରେ ଏହି ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି । ତେବେ କରୋନା ପାଇଁ ଶିଳ୍ପୀଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସରକାରଙ୍କ ଅଗ୍ରୀମ ସହାୟତାକୁ ଅପେକ୍ଷା କରି ରହିଛନ୍ତି ଶିଳ୍ପୀ ।

୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ କଟକ କାଠଯୋଡି ନଦୀ ବାଲିରେ ଜାତିର ପିତା ମହାତ୍ମା ଗାନ୍ଧୀ ଏକ ସଭାରେ ଉଦବୋଧନ ଦେଇଥିଲେ । ଏହି ଫଟୋଟି ଏବେ ସେହି ସଭାର ଏକ ମାତ୍ର ସ୍ମୃତି ରହିଛି ।

ଖୁସିର କଥା ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାକୁ ଜନମାନସକୁ ଆଣିବା ପାଇଁ ଏକ ନିଆରା ପ୍ରୟାସ କରିଛି । ଏହି ଫଟୋର ଅବିକଳ ବିରାଟ ବ୍ରୋଞ୍ଜ ମଡେଲ ତିଆରି କରିବା ପାଇଁ ଜଣାଶୁଣା କାରିଗର ଲକ୍ଷ୍ମୀଧର ରଣାଙ୍କୁ ଦାୟିତ୍ୱ ଦେଇଛି ସଂସ୍କୃତି ବିଭାଗ । ୨୯ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ରୋଞ୍ଜ ମଡେଲ ଏବେ କଟକ କାଠଗଡା ସାହିରେ ତିଆରି ଚାଲିଛି ।

Leave a Reply