ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ଯାହା କରୋନା ପରି ଭୟଙ୍କର, ଜାଣନ୍ତୁ ଏହାର ଲକ୍ଷଣ…

1 min read

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଏବେ ଚିନ୍ତାରେ । ଏଯାବତ ଏହି ଭାଇରସରେ ସେଢ଼େ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଭିତରେ ଆଉ ଏକ ଭାଇରସର ଡର ଲୋକଙ୍କୁ ବ୍ୟସ୍ତ ଓ ବିବ୍ରତ କରୁଛି । ଏହି ଭାଇରସ ମଧ୍ୟ ଚୀନରୁ ଆସିଛି ଏବଂ ଏହା ମଣିଷଠୁ ମଣିଷକୁ ବ୍ୟପିଥାଏ । ବର୍ତ୍ତମାନ ଯାଏ ଏହି ଭୟଙ୍କର ଭାଇରସ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୬୦ ଜଣ ଏଥିରେ ଆକ୍ରାନ୍ତ ହୋଇସାରିଥିବା ସୂଚନା ରହିଛି ।

ତେବେ ଆସନ୍ତୁ ଜାଣିବା କଣ ଏହି ନୂଆ ଭାଇରସ ଏବଂ ଏହାର ଲକ୍ଷଣ   

୧. ପ୍ରଥମ ଥର ଏହି ଭାଇରସ ୨୦୧୦ ମସିହାରେ ଚୀନରେ ଦେଖିବାକୁ ମିଳିଥିଲା । ଏହାପରେ ଜାପାନ ଏବଂ କୋରିଆରେ ମଧ୍ୟ କିଛି ମାମଲା ସାମ୍ନାକୁ ଆସିଥିଲା ।  

୨. ଏହାକୁ SFTS (Severe fever with thrombocytopenia syndrome) ଭାଇରସର ନାଁ ଦିଆଯାଇଥିଲା । ଏହାକୁ Tick Borne Disease ମଧ୍ୟ କୁହାଯାଏ । ବୈଜ୍ଞାନିକଙ୍କ ମତରେ ଏହି ସଂକ୍ରମଣ ପଶୁ ମାନଙ୍କ ଶରୀରରେ ଲାଖି ରହୁଥିବା କିଲନି ପରି କୀଟ ଦ୍ୱାରା ମଣିଷ ପାଖକୁ ବିସ୍ତାର ହୋଇପାରେ ।

୩. ଏହି ଭାଇରସ ଦ୍ୱାରା ପଶୁ ମାନେ କମ ମୃତ୍ୟୁ ବରଣ କରିଛନ୍ତି କିନ୍ତୁ ମଣିଷ ମାନଙ୍କ ପାଖରେ ଏହାର ମୃତ୍ୟୁ ହାର ୩୦ ପ୍ରତିଶତ ରହିଛି । ବର୍ତ୍ତମାନ ଚୀନ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ ଦ୍ୱାରା ୧୦-୧୬ % ଲୋକ ମୃତ୍ୟୁବରଣ କରିସାରିଲେଣି ।

୪. SFTS ର ଲକ୍ଷଣ- ଭୟଙ୍କର ଜ୍ୱର, ଖାଦ୍ୟ ହଜମ ନହେବା, ବାନ୍ତି ହେବା, ମାଂସପେଶୀ ଦରଜ ହେବା, ଶରୀରରେ ଲ୍ୟୁକୋସାଇଟ ଏବଂ ପ୍ଲେଟଲେଟର ଅଭାବ, ପ୍ରାରମ୍ଭିକ ସମୟରେ କାଶ ହେବା, ଜ୍ୱର ଏବଂ ନ୍ୟୁରୋଲୋଜିକାଲ ରୋଗ ହେବା ।

୫. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୁଇ ବିଶେଷଜ୍ଞଙ୍କ ଚୀନ ଯାତ୍ରା ପରେ ବେଜିଂ ଏବଂ ସଂଯୁକ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟ ଏଜେନ୍ସି କରୋନା ଭାଇରସର ସ୍ରୋତ ବିଷୟରେ ଜାଣିବା ପାଇଁ ଆଲୋଚନା କରୁଛନ୍ତି ।

୬.  ବୁଧବାର ଦିନ ଚୀନ ଗଣମାଧ୍ୟମ ଏହି ସୂଚନା ପ୍ରଦାନ ଦେଇ ମଣିଷ ମଧ୍ୟରେ ସଂକ୍ରମଣ ବିସ୍ତାର ହେବାର ସମ୍ଭାବନା ସମ୍ପର୍କରେ ଚେତାବନୀ ଦେଇଛି । ପୂର୍ବ ଚୀନର ଜିଆଙ୍ଗସୁ ପ୍ରଦେଶରେ ବର୍ଷର ପ୍ରଥମାର୍ଦ୍ଧରେ ୩୭ରୁ ଅଧିକ ଲୋକ SFTS ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

Leave a Reply