ଚୀନରେ ଏହି ବ୍ୟାକ୍ଟେରିଆ ପାଇଁ ନପୁସଂକତାର ଶିକାର ହେଉଛନ୍ତି ରୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଗୋଟିଏ ପକ୍ଷରେ ସମସ୍ୟା ବଢାଇଥିବା ବେଳେ ଏବେ ଚୀନର ଏକ ନୂଆ ରୋଗ ଜନଜୀବନ ଉପରେ ପ୍ରଭାବ ପକାଇବାରେ ଲାଗିଛି । ଏଠାରେ ଏକାଧିକ ଲୋକ ବ୍ୟାକ୍ଟେରିୟା ଜନିତ ଏକ ଭୟାନକ ରୋଗରେ ସଂକ୍ରମିତ ହେଉଛନ୍ତି । ଯାହା ସେମାନଙ୍କ ନପୁସଂକତାର କାରଣ ସାଜୁଛି । ଗାଂଶୁର ଏକ ବଡ଼ ସହର ଲାଞ୍ଝୋଉରେ ହେଲଥ କମିଶନ ଅନୁସାରେ ଏପର୍ଯ୍ୟନ୍ତ ୩,୨୪୨ ଲୋକ ବ୍ରୁସେଲସିସ ନାମକ ଏକ ଗମ୍ଭୀର ରୋଗ ସମ୍ପର୍କରେ ଆସିଛନ୍ତି, ଯାହା ଏକ ବ୍ୟାକ୍ଟେରିୟାଲ ଇନଫେକ୍ସନ । ଏକ୍ସପର୍ଟଙ୍କ କହିବା ଅନୁସାରେ ଏହି ରୋଗ ପଶୁ ମାନଙ୍କ ସମ୍ପର୍କରେ ଆସିବା ଦ୍ୱାରା ହେଉଛି । ଅବଶ୍ୟ ଏହାକୁ ନେଇ ଅଧିକ କିଛି ଖବର ସାମ୍ନାକୁ ଆସିନାହିଁ । ତେବେ ଏକ ବାୟୋ ଫାର୍ମାସିଟିକାଲ କମ୍ପାନୀର ଲିକ କାରଣରୁ ଏହା ହୋଇଥିଲା ।

ସୂଚନା ଅନୁଯାୟୀ ଏହି ରୋଗ ରିପ୍ରଡକ୍ଟିଭ ସିଷ୍ଟମକୁ ଦୁର୍ବଳ କରି ଦେଉଛି । ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଉକ୍ତ ବ୍ୟକ୍ତି ନପୁସଂକତାର ଶୀକାର ହେବାର ସମ୍ଭାବନା ରହିଛି । ଏହି ରୋଗକୁ ମାଲ୍ଟା ଫିବର ବା ମିଡିଟେରାନିୟନ ଫିବର ମଧ୍ୟ କୁହାଯାଏ । ଅଧିକାଂଶ ସମୟରେ ଲୋକ ଘୁଷୁରୀ, ଛେଳି,କୁକର ଓ ମେଣ୍ଢା ସମ୍ପର୍କରେ ଆସିବା ଦ୍ୱାରା ହୋଇଥାଏ । ତେବେ ମଣିଷ ଠାରୁ ମଣିଷକୁ ଏହି ରୋଗ ସଂକ୍ରମଣ ହେବାର ଖୁବ କମ ସମ୍ଭାବନା ରହିଛି ।

କରୋନା ଭଳି ଉକ୍ତ ରୋଗର ଲକ୍ଷଣ ଖୁବ ବିଳମ୍ବରେ ଜଣାପଡ଼ୁଛି । ଏହାର ଲକ୍ଷଣ ଏକ ସାମାନ୍ୟ ଫ୍ଲୁ ଭଳି । ଅବଶ୍ୟ କିଛି ପୁରୁଷଙ୍କ ନିକଟରେ ଏହି ରୋଗ ଇନ୍ସେଫଲାଇଟିସ ଏବଂ ମେନିଞ୍ଜାଇଟିସ କାରଣରୁ ମଧ୍ୟ ହୋଇପାରେ । ତେବେ ମଣିଷ ଠାରୁ ମଣିଷକୁ ଏହି ରୋଗ ସଂକ୍ରମିତ ହେବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏହା ଏକ ବାୟୁଜନିତ ରୋଗ ।

 

କିଭଳି ପାଇବେ ରକ୍ଷା:

ପଶୁଙ୍କ ଠାରୁ ଦୂରେଇ ରହୁନ୍ତୁ
ଦୁଗ୍ଧକୁ ଫୁଟାଇ ପିଅନ୍ତୁ
ଦୁଗ୍ଧରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ସାବଧାନତାର ସହ ଖାଆନ୍ତୁ ।
ସଂକ୍ରମଣକୁ କମ୍ କରିବା ପାଇଁ ମୁହଁରେ ମାସ୍କ ପିନ୍ଧନ୍ତୁ ।

ଖବର ଅନୁସାରେ ଗତବର୍ଷ ଗାଂଶୁର ଏକ ବଡ଼ ସହର ଲାଞ୍ଝୋଉରେ ଥିବା ଫାର୍ମାସିଟିକାଲ କମ୍ପାନୀରେ ଲିକ ପରେ ଏହି ମସସ୍ୟା ଦେଖା ଦେଇଥିଲା । ଜୁଲାଇରୁ ଅଗଷ୍ଟ ମଧ୍ୟରେ ପଶୁ ମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବ୍ରୁସେଲା ଭ୍ୟାକସିନ ପ୍ରସ୍ତୁତ ପାଇଁ ଆଉଟ ଡେଟେଡ କୀଟାଣୁନାଶକ ଏବଂ ସାନିଟାଇଜରର ବ୍ୟବହାର କରାଯାଇଥିଲା ।

Leave a Reply