ଦୀପିକା-ସାରା-ଶ୍ରଦ୍ଧାଙ୍କ ପରେ ଡ୍ରଗ୍ସ ଲିଙ୍କରେ ଆଉ ଜଣେ ବଡ ଅଭିନେତ୍ରୀଙ୍କୁ ଜେରା କରିପାରେ NCB

1 min read

ମୁମ୍ବାଇ: ସାରା ଅଲି ଖାନ,ଶ୍ରଦ୍ଧା କପୂର,ନମ୍ରତା ଶିରୋଡ଼କର ଏବଂ ଦୀପିକା ପାଦୁକୋନଙ୍କ ପରେ ବଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନତ୍ରୀ ଏନସିବିର ରଡାରକୁ ଆସିଛନ୍ତି । ପ୍ରାୟ ୪୦ ବର୍ଷୀୟ ଏହି ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନଜର ଆସିଛନ୍ତି । ସେ ମଧ୍ୟ ଖୁବଶୀଘ୍ର ଡ୍ରଗ୍ ଜାଲରେ ପଡିବା ଆଶଙ୍କା ରହିଛି ।

ଏହି ଅଭିନେତ୍ରୀ ୨୦୦୫ରୁ ୨୦୦୬ ମସିହା ବେଳକୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏନସିବି ଅନୁସାରେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ଅନୁଜ କେଶଓ୍ୱାନି ଏବଂ ଅଙ୍କୁଶଙ୍କୁ ପଚରାଉଚରା ସମୟରେ ଏହି ନାମ ଖୁଲାସା ହୋଇଛି । ଏହି ଅଭିନେତ୍ରୀଙ୍କ ମ୍ୟାନେଜର ଡ୍ରଗ୍ସ ପେଡଲର ଅନୁଜ କେଶଓ୍ୱାନୀଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ।

ବର୍ଷ ୨୦୧୯ରେ ଏହି ଅଭିନେତ୍ରୀଙ୍କ ପାଇଁ କିଣା ଯାଇଥିବା ଡ୍ରଗ୍ସର ପ୍ରମାଣ ଏନସିବି ହାତରେ ଲାଗିଛି । ସୂଚନା ଅନୁସାରେ ଉକ୍ତ ମ୍ୟାନେଜର ଡ୍ରଗ୍ସ ପେଡଲର ସହିତ ଥରେ କିମ୍ବା ଦୁଇଥର ମିଟିଂ କରିଥିଲେ । ତେଣୁ ପ୍ରଥମେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ । ସୂଚନାଯୋଗ୍ୟ ଏନସିବିର ଏହି ଇନଭେଷ୍ଟିଗେସନରେ ଜୟା ସାହାଙ୍କ ମ୍ୟାନେଜର କରିସ୍ମାଙ୍କ ସହିତ ଦୀପିକା ପାଦୁକୋନଙ୍କ ମଧ୍ୟରେ ହୋଇଥିବା ଚ୍ୟାଟ୍ ସାମ୍ନାକୁ ଆସିଛି । ଜୟା ସାହା ଏବଂ ଶ୍ରଦ୍ଧା କପୂରଙ୍କ ଚ୍ୟାଟ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା ଜୟାଙ୍କୁ ସିବିଡି ଅଏଲ ମାଗୁଥିବାର ନଜର ଆସିଛି । କିଛି ଇଂରାଜୀ ଅକ୍ଷରକୁ କୋଡ୍ ଭଳି ବ୍ୟବହାର କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି । କୋଡ ଅନୁସାରେ D N S K(D ଅର୍ଥାତ୍ ଦୀପିକା ପାଦୁକୋନ, N ଅର୍ଥାତ୍ ନମ୍ରତା ଶିରୋଡ଼କର, S ଅର୍ଥାତ୍ ଶ୍ରଦ୍ଧା କପୂର ଏବଂ K ଅର୍ଥାତ୍ କରିସ୍ମା ପ୍ରକାଶ) ।
ତେବେ ସେହି ବଲିଉଡ ଅଭିନତ୍ରୀ ଜଣକ କିଏ ତାଙ୍କ ନାମ ଏଯାବତ୍ ସାମ୍ନାକୁ ଆସିନାହିଁ ।

Leave a Reply