ଷ୍ଟାଇପେଣ୍ଡ ଟଙ୍କା ଦେବାରେ ବିଳମ୍ବ କଲେ ବୋଲି ଏମିତି କଲେ ୯ମ ଶ୍ରେଣୀ ଛାତ୍ରୀ

ଘଟଗାଁ: ଷ୍ଟାଇପେଣ୍ଡ ଟଙ୍କା ନଦେବାରୁ ଛାତ୍ରୀଙ୍କ ଆତ୍ମ ହତ୍ୟା । ଫ୍ୟାନ୍‌ରେ ଝୁଲି ଆତ୍ମ ହତ୍ୟା କଲେ ୯ ଶ୍ରେଣୀର ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଅର୍ଜୁନବିଲା ଗାଁରେ । ମୃତ ଛାତ୍ରୀ ଜଣକ ହେଉଛନ୍ତି ଅର୍ଜୁନବିଲା ଗାଁର ଗୋକୁଳ ସେଠୀଙ୍କ ଝିଅ ଅଲିଭା ସେଠୀ ।

ସୂଚନା ଅନୁଯାୟୀ, ଅଲିଭା ଦେହୁରୀପଶୀ ଆଶ୍ରମ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ୨ଦିନ ତଳେ ବ୍ୟାଙ୍କ୍‌ ଖାତାରେ ଅଲିଭାଙ୍କ ଷ୍ଟାଇଫେଣ୍ଡ ବାବଦକୁ ୨ହଜାର ଟଙ୍କା ଆସିଥିଲା । ଅଲିଭା ତାଙ୍କ ମାଆଙ୍କୁ ଏହି ଟଙ୍କା ବ୍ୟାଙ୍କ୍‌ରୁ ଉଠାଇ ଡ୍ରେସ୍‌ କିଣିବା ପାଇଁ କହିଥିଲେ । କିନ୍ତୁ ବିଲକାମ ଥିବାରୁ ପରେ କିଣିବା କହି ତାଙ୍କ ମାଆ ବିଲକୁ ଚାଲିଯାଇଥିଲେ । ଘରେ କେହି ନଥିବା ବେଳେ ଅଲିଭା  ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଅଲିଭାଙ୍କ ଭାଇ ଘରକୁ ଆସି ଅଲିଭାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଅଲିଭାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave a Reply