India Corona Updates: ରୋଜ୍ ଭାଙ୍ଗୁଛି ରେର୍କଡ, ମୃତ୍ୟୁ ସଂଖ୍ୟା ୬୫ ହଜାର ପାର୍…..

1 min read

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୯୫ହଜାର ୭୩୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ଶହ ୭୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ଲକ୍ଷ ୬୫ହଜାର ୮୬୪ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ୯୧ଲକ୍ଷ୯ହଜାର ୧୮ । ସେହିଭଳି ସୁସ୍ଥ ହେଲେଣି ୩୪ଲକ୍ଷ ୭୧ହଜାର ୭୮୪ଜଣ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା  ୭୫ ହଜାର ୬୨କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୯ଲକ୍ଷ ୬୭ହଜାର ୩୪୯ଜଣ କରୋନା ସଂକ୍ରମିତ ଥିବା ବେଳେ ୨୭ହଜାର ୭୮୭ଜଣଙ୍କର ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୫ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୪ହଜାର ୬୩୪ରେ ପହଞ୍ଚିଛି । ତାମିଲନାଡୁ ଓ କର୍ଣ୍ଣାଟକରେ ୪ଲକ୍ଷରୁ ଉର୍ଦ୍ଧ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ୟୁପି ଓ ଦିଲ୍ଲୀରେ ୨ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସଂକ୍ରମଣ କ୍ଷେତ୍ରରେ ଦେଶର ୫ଟି ରାଜ୍ୟ ପ୍ରମୁଖ ରହି ଆସୁଛନ୍ତି । ଏହି ୫ଟି ରାଜ୍ୟ ସମୁଦାୟ ସଂକ୍ରମଣର ୬୦ ପ୍ରତିଶତ ବହନ କରୁଛନ୍ତି । ଏମାନେ ହେଲେ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ । ସମୁଦାୟ ସଂକ୍ରମିତଙ୍କର ୨୧.୭ ପ୍ରତିଶତ ମହାରାଷ୍ଟ୍ରର ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ସଂକ୍ରମିତଙ୍କ ସଂଖ୍ୟା ୧୧.୮ ପ୍ରତିଶତ ରହିଛି ।

Leave a Reply