ମୃତ୍ୟୁର ଲଢ଼େଇରେ ମିସାଲ୍ ସାଜିଲେ ୯୧ ବର୍ଷୀୟ ବୃଦ୍ଧ

91 Years Old Kasinath Of Jeypur Defeated Covid 19

ଜୟପୁର: ଜୀବନର ନଅ ଦଶନ୍ଧି ବିତାଇବା ପରେ ସେ ପଡ଼ିଥିଲେ କରୋନାର କରାଳ କାୟାରେ । ସମଗ୍ର ବିଶ୍ୱକୁ ନାକେଦମ୍ କରିଥିବା କରୋନା ତାଙ୍କୁ ମଧ୍ୟ କଲବଲ କରିବ ବୋଲି ଭାବିନେଇ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଭୀଷଣ ଉଦବେଗରେ ଥିଲେ । ମାତ୍ର ମହାମାରୀକୁ ମାତ୍ ଦେଇ ସେ ବାହାରି ଆସିଛନ୍ତି କୋଭିଡ୍ କକ୍ଷରୁ । ଭୂତାଣୁ ବିପକ୍ଷରେ ଯୁଦ୍ଧ ଜିତି ସେ କେବଳ ସୁସ୍ଥ ଓ ସ୍ୱାଭାବିକ ହୋଇନାହାନ୍ତି, ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ଅନେକ ଆକ୍ରାନ୍ତଙ୍କ ପାଇଁ ସେ ସାଜିଛନ୍ତି ଜ୍ୱଳନ୍ତ ଉଦାହରଣ ।

91 Years Old Kasinath Of Jeypur Defeated Covid 19

୯୧ ବର୍ଷର କୋଭିଡ୍‌ ହିରୋ କାଶୀନାଥ । ସଫଳତାର ସହ ଜିତିଛନ୍ତି କରୋନା ଯୁଦ୍ଧ । ମହାମାରୀକୁ ହରାଇ ଘରକୁ ଫେରିଛନ୍ତି କାଶୀନାଥ । ଦୃଢ ଇଚ୍ଛାଶକ୍ତି ଓ ଧୈର୍ଯ୍ୟ ବଳରେ ଅସମ୍ଭବକୁ କରି ଦେଖାଇଛନ୍ତି ସମ୍ଭବ । ଶେଷ ସମୟରେ କରୋନା କବଳରୁ ନିଜକୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି କୋଟପାଡ଼ ବାସୁଗୁଡ଼ା ସାହି ଅଞ୍ଚଳର କାଶୀନାଥ ପାଢ଼ୀ । ଏଥିପାଇଁ କୋଭିଡ୍ ଡାକ୍ତରଖାନାର ଡାକ୍ତରଙ୍କୁ ସାଧୁବାଦ ଜଣାଇଛନ୍ତି ।

91 Years Old Kasinath Of Jeypur Defeated Covid 19

କାଶୀନାଥଙ୍କୁ ଗତ ୨ତାରିଖରେ ଥଣ୍ଡା, ଜ୍ୱର ହୋଇଥିଲା । ଓୗଷଧ ଖାଇବା ସତ୍ତ୍ୱେ ସେ ଭଲ ହୋଇନଥିଲେ । ଆଉ ଗତ ୨ତାରିଖରେ କୋଟପାଡ଼ କୋଭିଡ୍ ସେଣ୍ଟରରେ ତାଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିଲା । ୫ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । ​କାଶୀନାଥଙ୍କ ପରିବାରର ୪ ସଦସ୍ୟ ପଜିଟିଭ ବାହାରିବା ପରେ ଜୟପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏବେ ୯୧ ବର୍ଷୀୟ କାଶୀନାଥଙ୍କ ସହ ପରିବାରର ସମସ୍ତ ସଦସ୍ୟ ସୁସ୍ଥ ।

Leave a Reply