ଆଜି ସାରା ଦେଶରେ ବାଜି ଉଠିଥିଲା ଇଂରେଜ ଭାରତ ଛାଡ଼ ଆନ୍ଦୋଳନର ରଣହୁଙ୍କାର ଧ୍ୱନି

ଆଜି ହେଉଛି ଅଗଷ୍ଟ ୯  । ଏହି ଦିନ ପୁରା ଦେଶ ପାଳନ କରିଥାଏ କ୍ରାନ୍ତି ଦିବସ । ଭାରତରୁ ଇଂରେଜୀଶାସନ ହଟେଇବା ପାଇଁ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଗଢ଼ିଉଠିଥିଲା ଦୁର୍ବାର ଆନ୍ଦୋଳନ । ଏହି ଆନ୍ଦୋଳନର ଶେଷ ତୂର୍ଯ୍ୟନାଦ ୧୯୪୨ ଅଗଷ୍ଟ ମାସରେ ବାଜିଥିଲା । ଅଗଷ୍ଟ ୦୯ରେ ଆରମ୍ଭ ହେଲା ଭାରତ ଛାଡ଼ ଆନ୍ଦୋଳନ । ସେଥିପାଇଁ ଏହି ବିଶେଷ ଦିନକୁ ସାରା ଦେଶରେ ଆମେ କ୍ରାନ୍ତି ଦିବସ ଭାବରେ ପାଳନ କରିଥାଉ ।

ଇତିହାସ କହେ ଭାରତର ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିବା ଜାତୀୟତା ଆନ୍ଦୋଳନ, ୧୯୪୨ ମସିହା ବେଳକୁ ବ୍ୟାପକ ଗଣ ବିପ୍ଳବର ରୂପ ନେଇଥିଲା । ଆଦିବାସୀ, ଚାଷୀ,ମୂଲିଆଙ୍କ ଠାରୁ ଆରମ୍ଭ କରି ସହରର ଶ୍ରମିକ, ଛାତ୍ର ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ । ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ଅଗଷ୍ଟ ୦୯ ସକାଳେ ଅଧିକାଂଶ ଦେଶସେବୀ, ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା । ଏହି ନେତାଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ ଓ ବିଶ୍ୱନାଥ ଦାସଙ୍କ ପରି ବହୁ ସଂଗ୍ରାମୀ ।

୧୯୪୨ ଅଗଷ୍ଟ ୨୬ ତାରିଖରେ କାଇପଦା ଠାରେ ପୋଲିସ ଗୁଳିରେ ୪ଜଣ ସହିଦ ହୋଇଥିଲେ । କୋରାପୁଟର ମାଥିଲି ଠାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ମଧ୍ୟ ଦିଆଯାଇଥିଲା । ସେହିପରି ପାପଡ଼ାହାଣ୍ଡି, ନୀଳଗିରି, ଇରମ୍‌ ଠାରେ ଆନ୍ଦୋଳନକାରୀମାନେ ପୋଲିସ ଗୁଳିକୁ ଭ୍ରୁକ୍ଷେପ ନ କରି ସହିଦ ହୋଇଥିଲେ ।

Leave a Reply