କରୋନା ସଂକ୍ରମଣ ପରେ ସୁସ୍ଥ ହୋଇ ଫେରିଲେ ୮୫ ବର୍ଷୀୟ କ୍ୟାନସର୍ ପିଡ଼ୀତ ଓ ତାଙ୍କ ପତ୍ନୀ…

1 min read

କେନ୍ଦ୍ରାପଡା: ବୃଦ୍ଧ ଜଣଙ୍କୁ ବୟସ ୮୫  । ସେ ପୁଣି କ୍ୟାନସରରେ ପୀଡିତ । ଏସବୁ ବାଦ ମଧ୍ୟ କରୋନା ସଂକ୍ରମଣ ଶୀକାର ହୋଇ ଯୋଦ୍ଧା ଭାବେ ସଂକ୍ରମଣ ସହ ଲଢି ଘରକୁ ଫେରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ସୁରେନ୍ଦ୍ର ପତି । ତେବେ କେବଳ ସେ ନୁହେଁ ତାଙ୍କ ପତ୍ନୀ ସାବିତ୍ରୀ ପତି ମଧ୍ୟ ୭୮ ବର୍ଷ ବୟସରେ କରୋନା ସଂକ୍ରମିତ ହୋଇ ଏବେ ସୁସ୍ଥ ହୋଇଛନ୍ତି ।  ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଥିବା ବେଳେ କରୋନା ବେଳେ ଲୋକଙ୍କୁ ଅଧିକ ଶକ୍ତ ଭାବେ କରୋନା ମୁକାବିଲା କରିବାରେ ଏହି ଦମ୍ପତି ପ୍ରେରଣା ବୋଲି ସେ ଟ୍ୱିଇଟରେ ଲେଖିଛନ୍ତି ।

ଅନ୍ୟପକ୍ଷରେ  ଦୁହେଁ ସୁସ୍ଥ ହେବା ନେଇ ଖବରକୁ ପ୍ରକାଶ କରି କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା । ଅଫିସିଆଲ୍ ଟ୍ୱିଇଟରେ ସେ ଲେଖିଛନ୍ତି ଯେ, କରୋନାକୁ ପରାଜିତ କରିବା ଦିଗରେ ଦୁହେଁ ପ୍ରେରଣା, ଆମ ଶୁଭେଚ୍ଛା ସେମାନଙ୍କ ସହ ଅଛି । ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକ ଭୟଭୀତ ହୋଇ ପଡୁଥିବା ବେଳେ େହି ଦମ୍ପତି ଅନ୍ୟମାନଙ୍କ ପ୍ରେରଣା ବୋଲି ସବୁ ବର୍ଗରେ ଆଲୋଚନା ହେଉଛି ।

Kendrapara Couple

ସୂଚନା ଅନୁଯାୟୀ, ଜୁନ ୮ ତାରିଖରେ ସୁରେନ୍ଦ୍ର ପତି ଆଚାର୍ଯ୍ୟ ହରିହର କ୍ୟାନସର୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କ ପତ୍ନୀ ଡାକ୍ତରଖାନାରେ ତାଙ୍କ ସହଯୋଗୀ ଭାବେ ରହୁଥିଲେ । ପରେ ଜୁନ ୨୯ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଥିଲା ।

ଏହାପରେ ତାଙ୍କୁ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ମାତ୍ର ୧୦ ଦିନର ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇ ଫେରିଛନ୍ତି । ବୟସର ଅପରାହ୍ଣରେ କରୋନାକୁ ପରାଜିତ କରିଥିବା ଏହି ଦମ୍ପତିଙ୍କ ଚର୍ଚ୍ଚା ଏବେ କେନ୍ଦ୍ରାପଡାରେ ବେଶ ହେଉଛି । ଜିଲ୍ଲାପାଳ ଟ୍ୱିଇଟ୍ ଯୋଗେ ଏଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply