ଅର୍ଥନୀତି ପାଇଁ ନୋବେଲ ଘୋଷଣା, ହାତେଇଲେ ଦୁଇ ଆମେରିକୀୟ

1 min read

ନୂଆଦିଲ୍ଲୀ, ଆମେରିକୀୟ ଅର୍ଥନୀତିଜ୍ଞ ପଲ୍ ଆର ମିଲଗ୍ରୋମ ଏବଂ ରର୍ବଟ ବି.ୱିଲସନ୍ ଙ୍କୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ନୋବେଲ ଅର୍ଥନୀତି ପୁରସ୍କାର ମିଳିବ  । ସୋମବାର ଏ ନେଇ ରୟାଲ ସ୍ୱେଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଘୋଷଣା କରାଯାଇଛି । ଏହି ପୁରସ୍କାର ବାବଦରେ ପଲ୍ ଏବଂ ରର୍ବଟଙ୍କୁ ୧.୧ ମିଲିୟନ ଡଲାର ଅର୍ଥରାଶି ସହ ସ୍ୱର୍ଣ୍ଣ ପଦକ ମିଳିବ । “for improvements to auction theory and inventions of new auction formats.” ନିବନ୍ଧ ପାଇଁ ଦୁଇଜଣଙ୍କୁ ଏହି ପୁରସ୍କାର ମିଳିବ ବୋଲି ଜଣାପଡିଛି ।

ସେବା ଏବଂ ଦ୍ରବ୍ୟର ନିଲାମୀ ସଂପର୍କିତ ନୂତନ ତଥ୍ୟର ଉନ୍ମୋଚନ ପାଇଁ ଏହି ପୁରସ୍କାର ପଲ ଏବଂ ରର୍ବଟଙ୍କୁ ମିଳିଛି । ଆଗାମୀ ଦିନରେ ନିଲାମୀର ରୂପରେଖ କିପରି ରହିବ, ସେ ନେଇ ଏଥିରେ ତାର୍କିକ ଆଲୋଚନା କରାଯାଇଛି । ଏହି ଘୋଷଣା ପୂର୍ବରୁ ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ, ଶାନ୍ତି ଏବଂ ସାହିତ୍ୟ ପାଇଁ ନୋବେଲ ଘୋଷିତ ହୋଇସାରିଛି ।

Leave a Reply