ଆଉ ୮ ମୁଣ୍ଡ ନେଲା କରୋନା, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି

2 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୦ ଜଣର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୭୭ରେ ପହଞ୍ଚିଛି । ଗଞ୍ଜାମରୁ ୪, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଶୁକ୍ରବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ହେଉଛନ୍ତି ୮୧ବର୍ଷିୟ, ୪୯ବର୍ଷିୟ, ୪୫ବର୍ଷିୟ ଏବଂ ୭୩ ବର୍ଷିୟ ପୁରୁଷ, ଏ ସମସ୍ତେ ପୂର୍ବରୁ କିଛି ନା କିଛି ରୋଗରେ ପିଡ଼ିତ ଥିଲେ । ଏହାସହ ଗଜପତିରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୮ ବର୍ଷିୟ ମହିଳା । ସେହିଭଳି  ଖୋର୍ଦ୍ଧାରୁ ସଂକ୍ରମିତ ହେଉଛନ୍ତି ଜଣେ ୭୯ ବର୍ଷିୟ ପୁରୁଷ । ସେ ପୂର୍ବରୁ ମଧୂମେହ ଓ ଉଚ୍ଚରକ୍ତଚାପରେ ପିଡିତ ଥିଲେ । ସେହିଭଳି ସୁନ୍ଦରଗଡ଼ରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୨ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।  ନୟାଗଡ଼ରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୮୨ବର୍ଷିୟ ପୁରୁଷ ।

ସେହିପରି ରାଜ୍ୟରେ ଆଜି ଆଉ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୧୪ଟି ଓ ଲୋକାଲ୍ କେସ୍ ୫୮୫ଟି ରହିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୩୬୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାଲୁ ୨୧୪ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଗଜପତି ଜିଲ୍ଲାରୁ ୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply