ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାର ୮ ସଦସ୍ୟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ରାଜ୍ୟସଭାର ୮ ସାଂସଦ ସସପେଣ୍ଡ । ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କୁ ସପ୍ତାହେ ପାଇଁ ସସପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁ । ଡେରେକ ଓ ବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ କରିମଙ୍କୁ ସସପେଣ୍ଡ କରାଯାଇଛି । ଗତକାଲି କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦଙ୍କୁ ସସପେଣ୍ଡ କରାଯାଇଛି ।

୮ ସାଂସଦ ନିଲମ୍ବିତ:

ହଟ୍ଟଗୋଳ କରିଥିବା ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବିତ କରିଦିଆଯାଇଛି । ୮ ସାଂସଦଙ୍କୁ ବାକି ଥିବା ଅଧିବେସନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ସାଂସଦଙ୍କୁ ମଧ୍ୟରୁ ଡେରେକ ଓ ବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ ସାମିଲ ଅଛନ୍ତି ।

ଘଟଣାକୁ ନେଇ ମତ ରଖିଲେ ରାଜ୍ୟସଭା ଅଧ୍ୟକ୍ଷ

କାଲିର ଘଟଣା ଉପରେ ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ, ‘ଏହା ରାଜ୍ୟସଭା ପାଇଁ ସବୁଠୁ ଖରାପ ଦିନ ଥିଲା । କିଛି ସାଂସଦ ପେପର ଫିଙ୍ଗାଫୋପଡ଼ା କରିଥିଲେ । ମାଇକକୁ ଭାଙ୍ଗାରୁଜା କରିଥିଲେ । ଉପସଭାପତିଙ୍କୁ ଧମକ ଦିଆ ଯାଇଥିଲା । ତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରାଯାଇଥିଲା । ଏହି ଘଟଣାରେ ମୁଁ ଖୁବ ଦୁଃଖିତ ।’

Leave a Reply