FAOର ୭୫ତମ ବର୍ଷ ପୁର୍ତ୍ତି ଅବସରରେ ଆଜି ପିଏମ ମୋଦି ଜାରି କରିବେ ୭୫ ଟଙ୍କିଆ ମୁଦ୍ରା

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତଥା ୧୬ ଅକ୍ଟୋବର ୭୫ ଟଙ୍କିଆ ମୁଦ୍ରା ଜାରି କରିବେ । ଖାଦ୍ୟ ଏବଂ କୃଷି ସଙ୍ଗଠନ ( Food and Agriculture Organization) ର ୭୫ତମ ବାର୍ଷିକୀ ଉପଲକ୍ଷେ ଏହି ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରାଯିବ । କେବଳ ଏତିକି ନୁହେଁ, ନିକଟରେ ବିକଶିତ ଆଠଟି ଫସଲର ୧୭ ଟି ଜୈବ ସମ୍ବନ୍ଧିତ କିସମ ମଧ୍ୟ ଦେଶ ପାଇଁ ଉତ୍ସର୍ଗୀକୃତ ହେବ । ୭୫ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରି ଭାରତ ଏବଂ ଖାଦ୍ୟ ଏବଂ କୃଷି ସଂଗଠନ ମଧ୍ୟରେ ଏକ ଦୃଢ଼ ସମ୍ପର୍କକୁ ଚିହ୍ନିତ କରିବାର ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ କୃଷି ଏବଂ ପୋଷଣ କ୍ଷେତ୍ର ଉପରେ ରହିବ। ଏହି ଅବସରେ ଦେଶରେ ଉପସ୍ଥିତ ପୁଷ୍ଟିହୀନତାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାକୁ ଏକ ପ୍ରତିଶ୍ରୁତି ମଧ୍ୟ ନିଆଯିବ। ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଦୁର୍ବଳ ବିଭାଗ ଏବଂ ଲୋକଙ୍କୁ ଆର୍ଥିକ ଏବଂ ପୁଷ୍ଟିକର ଭାବରେ ମଜବୁତ କରିବାର ଯାତ୍ରା ନିଆରା ରହିଛି ।

ଭାରତ ସହିତ ଐତିହାସିକ ସଂପର୍କ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗଦେବେ।

FAOର ଲକ୍ଷ ହେଉଛି ଲୋକଙ୍କୁ ନିୟମିତ ଭାବରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ଧରଣର ଖାଦ୍ୟ ଯୋଗାଇଦେବା ଯାହା ଦ୍ୱାରା ସେମାନେ ସକ୍ରିୟ ଏବଂ ସୁସ୍ଥ ରଖିବା । FAOର କାର୍ଯ୍ୟ ହେଉଛିୁ ପୁଷ୍ଟିକକ ସ୍ତର ବଢ଼ାଇବା, ଗ୍ରାମାଞ୍ଚଳର ଜନସଂଖ୍ୟାରେ ଉନ୍ନତି ଆଣିବା ଏବଂ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିରେ ଯୋଗଦାନ ଦେବା । FAO ସହିତ ଭାରତର ଏକ ଐତିହାସିକ ସମ୍ପର୍କ ଅଛି ।

Leave a Reply