୨୪ ଘଣ୍ଟାରେ ୭୫ ହଜାର ୮୦୯ କରୋନା ପଜିଟିଭ୍

corona-india

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ନାହିଁ ସୁଧାର । ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା । ୨୪ ଘଣ୍ଟାରେ ୭୫ ହଜାର ୮୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୧ ଶହ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିିଟଭ୍ ସଂଖ୍ୟା ୪୨ଲକ୍ଷ ୮୦ହଜାର ୪୨୩କୁ ବୃଦ୍ଧି ହୋଇଛି । ଏବେ ଆକ୍ଟିଭ୍ କେସ୍ ୮ଲକ୍ଷ ୮୩ହଜାର ୬୯୭ ଥିବା ବେଳେ ସୁସ୍ଥ ହେଲେଣି ୩୩ଲକ୍ଷ ୨୩ ହଜାର ୯୫୧ଜଣ । କରୋନାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୭୨ ହଜାର ୭୭୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ମହାରାଷ୍ଟ୍ରରେ ସର୍ବାଧିକ ୯ଲକ୍ଷ ୨୩ହଜାର ୬୪୧ ପଜିଟିଭ୍ ଥିବା ବେଳେ ୨୭ହଜାର ୨୭ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୫ ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୪ହଜାର ୪୮୭ରେ ପହଞ୍ଚିଛି । ତାମିଲନାଡୁ ଓ କର୍ଣ୍ଣାଟକରେ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିିଟଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୭ହଜାର ୯୨୮ ଓ ୬ହଜାର ୫୩୪ । ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଥିବା ବେଳେ ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜୁରାଟରେ ଲକ୍ଷେରୁ ଅଧିକ ଲେଖାଏଁ କେରାନା ସଂକ୍ରମିତ ଚିହ୍ନଟ ହେଲେଣି ।

Leave a Reply