ପାକିସ୍ତାନର ଆଉ ଜଣେ କ୍ରିକେଟର କରୋନା ଆକ୍ରାନ୍ତ, ନ୍ୟୁଜିଲାଣ୍ଡ କହିଲା ସୁଧୁରିଯାଅ ନହଲେ ବିଦା ହେବ..

1 min read
Pakistan Cricket Team

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳର ଆଉ ଜଣେ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ । ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନୀ କ୍ରିକେଟ୍‌ ଟିମ୍‌ରେ ଏବେ ସୁଦ୍ଧା ୭ ଜଣ କରୋନା ଆକ୍ରାନ୍ତ ହୋଇସାରିଛନ୍ତି । ମନ୍ତ୍ରଣାଳୟ କହିଛି ଯେ ନିୟମିତ ପରୀକ୍ଷା ସମୟରେ ପାକିସ୍ତାନ ଦଳର ଆଉ ଜଣେ ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି । ପାକିସ୍ତାନୀ ଦଳରେ କରୋନା ବ୍ୟାପିବା କାରଣରୁ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସକୁ ବାତିଲ କରିବା ପାଇଁ ଅନୁମତି ମିଳିସାରିଛି । ପାକିସ୍ତାନ ଟିମ୍‌ ୩ଟି ଟି-ଟ୍ୱେଣ୍ଟି ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି । ପାକିସ୍ତାନର ଏହି ଶୃଙ୍ଖଳା ଡିସେମ୍ବର ୧୮ରୁ ଆରମ୍ଭ ହେବ ।

Pakistan Cricket Team

ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସିଇଓ ନିଜ ଦଳକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ଆଉ ଗୋଟିଏ ବି ଭୁଲ ହୁଏ ତେବେ ପୁରା ଟିମ୍‌କୁ ଘରକୁ ଫରିବାକୁ ପଡ଼ିବ । ପିସିବି ସିଇଓ ୱାସିମ୍‌ ଖାନ କହିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ସରକାର ପାକିସ୍ତାନ ଟିମ୍‌କୁ କୋଭିଡ୍‌ ନିୟମ ପାଳନ ନେଇ ଶେଷ ଚେତାବନୀ ଦେଇଛନ୍ତି । କାରଣ ପାକିସ୍ତାନୀ କ୍ରିକେଟରମାନେ ତିନିରୁ ଚାରିଟି SOP ଉଲ୍ଲଂଘନ କରିଛନ୍ତି । ଯହାକୁ ନ୍ୟୁଜଲ୍ୟାଣ୍ଡରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

Leave a Reply