ଆମିର ଖାନଙ୍କ ଷ୍ଟାଫ ସଦସ୍ୟଙ୍କୁ କରୋନା,ମା’ଙ୍କ ଟେଷ୍ଟ୍ ବାକି

ମୁମ୍ବାଇ: ବଲିଉଡ୍ ଷ୍ଟାର ଆମିର ଖାନଙ୍କ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିଛନ୍ତି । ଆମିର ଏନେଇ ଟ୍ୱିଟରରେ ଏକ ଚିଠି ସେୟାର କରିଛନ୍ତି । ତାଙ୍କ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିଛନ୍ତି କିନ୍ତୁ ପରିବାରର ବାକି ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ବାହାରିଥିବା ସୂଚନା ସେ ଦେଇଛନ୍ତି । ତାଙ୍କର ବ୍ୟକ୍ତିଗତ ଷ୍ଟାଫଙ୍କ ମଧ୍ୟରୁ ୭ ଜଣ କରୋନା ପଜିଟିଭ୍ ବାହାରିଛନ୍ତି ।

aamir letter

ଆମିର ଲେଖିଛନ୍ତି ଯେ, ମୁଁ ସମସ୍ତଙ୍କୁ ଏହା କହିବାକୁ ଚାହୁଁଛି ଯେ, ମୋ ଷ୍ଟାଫଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନରେ ରଖାଯାଇଛି । ବିଏମସି ଅଧିକାରୀ ତୁରନ୍ତ ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଇ ଦେଇଛନ୍ତି । ଏଥିପାଇଁ ମୁଁ ବିଏମସିକୁ ଧନ୍ୟବାଦ ଜଣାଉଛି । ସେମାନେ ମୋ ଷ୍ଟାଫଙ୍କ ଭଲ ଦେଖାଶୁଣା କରୁଛନ୍ତି । ଏହା ସହ ପୁରା ସୋସାଇଟିକୁ ଡିସଇନଫେକ୍ଟ କରାଯାଇଛି ।

aamir khan corona

ସେ ଆହୁରି ମଧ୍ୟ ଲେଖିଛନ୍ତି ଆମ ସମସ୍ତଙ୍କର କରୋନା ଟେଷ୍ଟ ହୋଇଥିଲା । ଆମ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏବେ ମୁଁ ମୋ ମା’ଙ୍କ ଟେଷ୍ଟ କରାଇବି । ଦୟାକରୀ ଯେମିତି ମୋ ମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେଥିପାଇଁ ପ୍ରାର୍ଥନା କରନ୍ତୁ ।ଯେଉଁଭଳି ଭାବେ ବିଏମସି ଆମକୁ ସାହାଯ୍ୟ କରିଛନ୍ତି ସେଥିପାଇଁ ମୁଁ ପୁଣିଥରେ ସେମାନଙ୍କୁ ଧନ୍ୟବାଦ କହୁଛି ।

ଏହାସହ ଆମିର କୋକିଲାବେନ୍ ହସ୍ପିଟାଲର ଡାକ୍ତର ଓ ଅନ୍ୟ ଷ୍ଟାଫଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ହସ୍ପିଟାଲ ଷ୍ଟାପ୍ ସବୁ ଟେଷ୍ଟ୍ ପ୍ରଫେସନାଲି କରିଛନ୍ତି ବୋଲି ସେ କହିଛନ୍ତି ।

Leave a Reply