India Corona Update: ଦେଶରେ ୧,୧୨,୧୬୧କୁ ବୃଦ୍ଧି ପାଇଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ଖସୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୬୩ହଜାର ୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୯୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୭୩ଲକ୍ଷ ୭୦ହଜାର ୪୬୯ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ରହିଛି ୮ଲକ୍ଷ ୪ହଜାର ୫୨୮ । ସୁସ୍ଥ ହେଲେଣି ୬୪ଲକ୍ଷ ୫୩ହଜାର ୭୮୦ଜଣ କରୋନା ଆକ୍ରାନ୍ତ ।

ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୨ହଜାର ୧୬୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୫ଲକ୍ଷ ୬୪ହଜାର ୬୧୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୧ହଜାର ୧୯୬ଜଣ ପ୍ରାଣ ହରାଇଛନ୍ତି । ଆନ୍ଧ୍ର ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆନ୍ଧ୍ରରେ ୬ହଜାର ୩୫୭ ଓ କର୍ଣ୍ଣାଟକରେ ୧୦ହଜାର ୨୮୩ରେ ପହଞ୍ଚିଛି । ତାମିଲନାଡୁରେ ୬ଲକ୍ଷ ଟପିଛି କରୋନା ସଂକ୍ରମଣ । ୧୦ହଜାର ୪୭୨ଜଣ ପ୍ରାଣ ହରାଇଛନ୍ତି ।

ରାଜଧାନୀ ଦିଲ୍ଲୀରେ କରୋନା ମାମଲା ଦୃତ ଗତିରେ ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୩୪୮୩ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏଥିସହିତ ଦିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୦୩୧ରେ ପହଞ୍ଚିଛି । ସେହିଭଳି ୨୪ ମଧ୍ୟରେ ୨୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟ ହୋଇଛି । ଦିଲ୍ଲୀରେ ସଂକ୍ରମିତ ହାର ୬.୨୩ ପ୍ରତିଶତ ରହିଥିବାବେଳେ ଅନ୍ୟପଟେ ସୁସ୍ଥତା ହାର ୯୧.୧୧ ପ୍ରତିଶତ ରହିଛି । ବର୍ତ୍ତମାନ ଦିଲ୍ଲୀରେ କରୋନାର ସକ୍ରିୟ ମାମଲା ୨୨,୬୦୫ ରହିଛି ।

Leave a Reply