ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ସମସ୍ତଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି । ୬୨ ଜଣ ସୁସ୍ଥଙ୍କ ମଧ୍ୟରେ ୪୧ ଜଣ ଗଞ୍ଜାମ ଅଞ୍ଚଳରୁ ରହିଥିବା ବେଳେ ୧୫ ଜଣ ବାଲେଶ୍ୱର ଅଞ୍ଚଳରୁ ରହିଛନ୍ତି । ସେହିଭଳି ରାଉରକେଲାରୁ ଦୁଇ ଜଣ ଓ ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ମହାରାଷ୍ଟ୍ରର ଆକ୍ରାନ୍ତ ଜଣକ ଓଡ଼ିଶାରେ ଚିକିତ୍ସିତ ହେଉଥିଲେ, ଯିଏ କି ଏବେ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ମୋଟ୍‌ ୪୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ସାମ୍ନାକୁ ଆସୁଛି । ଯାହା କିଏ ଭଲ ଖବର କୁହାଯାଇପାରେ ।

ତେବେ ରାଜ୍ୟରେ ଏବେ ୧୨୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬୫ ଟି ମାମଲା ସକ୍ରିୟ ରହିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଗଞ୍ଜାମ୍ (୩୪୧),‌ ଯାଜପୁର(୨୩୯), ବାଲେଶ୍ୱରରୁ (୧୨୮) ଓ ଭଦ୍ରକରୁ (୯୮) ଚିହ୍ନଟ ହୋଇଛନ୍ତି ।

Leave a Reply