୭୦ କୋଟି ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ, ଠକେଇର ଅମରାବତୀ ସାଜିଛି ଇସ୍ପାତନଗରୀ ରାଉରକେଲା

ରାଉରକେଲା: ମାତିଛନ୍ତି ଜିଏସଟି ଠକ । ଜିଏସଟି ଠକେଇର ଅମରାବତୀ ସାଜିଛି ଇସ୍ପାତନଗରୀ ରାଉରକେଲା । ଦିନକୁ ଦିନ ଜିଏସଟି ଠକଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ପାଖାପାଖି ଶହେରୁ ଅଧିକ ଜିଏସଟି ଠକ ମାତିଛନ୍ତି । ଆଉ ସେମାନଙ୍କ ଟାର୍ଗେଟରେ ରହିଛନ୍ତି ଗରୀବ ଓ ଦଳିତ ଲୋକ । ଗତ ୨୯ ଅକ୍ଟୋବରରେ ଶ୍ରମିକ ଓ ଡ୍ରାଇଭରଙ୍କ ନାଁ ଜିଏସଟି ଲୁଟର ପର୍ଦ୍ଦାଫାସ ହୋଇଥିବା ବେଳେ, ପୁଣି ଆସିଛି ଜିଏସଟି ଠକେଇର ଅଭିଯୋଗ ।

ଏଥର ପୁଣି ରାଉରକେଲାରେ ୭୦ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ । ଜିଏସଟି ଠକେଇର ଶିକାର ହୋଇଛନ୍ତି ରାଉରକେଲାର ଜଣେ ପାଇପ୍‌ ମିସ୍ତ୍ରିୀ ଭାବେ କାମ କରୁଥିବା ସମୀର ଜୋଜୋ । ସମୀରଙ୍କ ଅଜାଣତରେ ୭୦ କୋଟି ଟଙ୍କାର ହୋଇଛି କାରବାର  ।  ସାଇ ଟ୍ରେଡର୍ସ ସପ ନମ୍ବର ୧୮ ସେକ୍ଟର ୧୮ ଠିକଣାରେ ହୋଇଛି ଠକେଇ ।

ଅଭିଯୋଗ ପରେ ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସମୀରଙ୍କ ଠାରୁ  ପ୍ଲାଣ୍ଟ ଚାକିରି ପାଇଁ ବିଭିନ୍ନ ଡକ୍ୟୁମେଣ୍ଟ ନେବା ପରେ ଏକ ନକଲି କମ୍ପାନୀ ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକଙ୍କୁ ଗିରଫ କରିବା ପାଇଁ ଜିଏସଟି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ।

Leave a Reply