ଓଡ଼ିଶା ଆସିଲା ସେଗ ୱେ ସ୍କୁଟର, ସୁବିଧା ହେବ ଷ୍ଟେସନରେ ପାଟ୍ରୋଲିଂ

1 min read

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଏବେ ସୁରକ୍ଷା ଓ ପାଟ୍ରୋଲିଂରେ ନିୟୋଜିତ ହେବ ଦୁଇ ଚକିଆ ସ୍କୁଟର । ଆଗରୁ ବଡ଼ ବଡ଼ ମେଟ୍ରୋରେ ଏସବୁକୁ ଦେଖିବାକୁ ମିଳୁଥିଲା । ଆଜିଠାରୁ ଭୁବନେଶ୍ୱର, କଟକ ଓ ପୁରୀରେ ଏ ସବୁ ସେଗ ୱେ ସ୍କୁଟର ଦ୍ୱାରା ପାଟ୍ରୋଲିଂ କରାଯିବ । ଏହାର ଶୁଭାରମ୍ଭ ଭୁବନେଶ୍ୱରରେ କରାଯାଇଛି ।

ସେଗ ୱେ ନାମକ ଏହି ଦୁଇ ଚକିଆ ସ୍କୁଟରରେ ରେଳବାଇ ସୁରକ୍ଷା ବଳର ଅଧିକାରୀ ରେଳବାଇ ଷ୍ଟେସନରେ ପଇଁତରା ମାରିବେ ।  ଫଳରେ ଷ୍ଟେସନରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୬ଟି ସେଗ ୱେ ସ୍କୁଟର ପ୍ରଦାନ କରାଯାଇଛି ।

ଘଣ୍ଟାପ୍ରତି ୮ରୁ ୧୦ କିଲୋମିଟର ବେଗରେ ଯାଇପାରୁଥିବା ସେଗ ୱେର ମୂଲ୍ୟ ପ୍ରାୟ ୮୫ ହଜାର ଟଙ୍କା । ଏଥିରେ ଗୋଟିଏ ଲାଇଟ ଓ ସାଇରନ ମଧ୍ୟ ଲାଗିବ । ୬ଟି ପ୍ଲାଟଫର୍ମ ବିଶିଷ୍ଟ ଭୁବନେଶ୍ବର ରେଳୱେ ଷ୍ଟେସନର ଲମ୍ବ ପ୍ରାୟ ୮ ଶହ ମିଟର ଥିବା ବେଳେ ଏଭଳି ଏକ ଯାନର ଆବଶ୍ୟକତା ରହିଥିଲା ।

ସେଗ ୱେ ଆସିବା ପରେ ସୁରକ୍ଷାକୁ ଆହୁରି ସୁଦୃଢ ହୋଇପାରିବ ବୋଲି ରେଳବାଇ ପକ୍ଷରୁ ମତ ଦିଆଯାଇଛି । ରେଲୱେ ଆଇଜିଙ୍କ ଉପସ୍ଥିତିରେ ରେଳବାଇର ମହାପ୍ରବନ୍ଧକ ଏହାର ଉଦଘାଟନ କରିଛନ୍ତି । ')}

Leave a Reply