ବିବାହରୁ ଫେରୁଥିବା ବେଳେ ଓଲଟିଲା ଭ୍ୟାନ୍, ୬ମୃତ

Mini Tourist Bus Turned Over in Andhra-Odisha Border, Four Died

ଗୋଦାବରୀ: ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ଭ୍ୟାନ୍ ଓଲଟିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ବିବାହ ଉତ୍ସବରୁ ଫେରୁଥିବା ବେଳେ ଭ୍ୟାନଟି ଦୁର୍ଘଟଣାର ଶୀକାର ହୋଇଛି । ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବିବାହ ଉତ୍ସବ ପରେ ବାଲାଜୀ ମନ୍ଦିରରୁ ଫେରୁଥିବା ବେଳେ ବ୍ରେକ୍ ଫେଲ୍ ହେବା ପରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ହସ୍ପିଟାଲ ନେବା ବାଟରେ ଜଣେ ପ୍ରାଣ ହରାଇଥିଲେ ।  ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି । ଭ୍ୟାନ୍‌ରେ ମୋଟ୍ ୧୫ ଜଣ ଥିବା ସୂଚନା ମିଳିଛି ।

Leave a Reply