ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ: ଭାରତରେ ପାଖାପାଖି ୫ ହଜାର

ନୂଆଦିଲ୍ଲୀ: କାୟା ବିସ୍ତରା କରିଚାଲିଛି ଭୟଙ୍କର ଭୂତାଣୁ କରୋନା । ଏଯାବତ୍‌ ସାରା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ଲକ୍ଷ ୩୦ ହଜାର ୨୯୪ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୬୬ହଜାର ୮୦୯ରେ ପହଞ୍ଚିଛି । ତେବେ ଆଶ୍ୱସ୍ତିକର ବିଷୟ ମୃତକଙ୍କ ଠାରୁ ଢେର ଅଧିକା ରହିଛି ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା । ଏଯାବତ୍‌ ସାରା ବିଶ୍ୱରେ  ୨୬ଲକ୍ଷ ୫୯ ହଜାର ୨୫୦ ଜଣ ସୁସ୍ଥ ହେଲେଣି । ଏବେବି ସଂକ୍ରମିତ ରାଷ୍ଟ୍ରର ତାଲିକାର ଶୀର୍ଷରେ ରହିଛି ଆମେରିକା । ଯୁକ୍ତି ରାଷ୍ଟ୍ର ଆମେରିକାରେ ୧୭ଲକ୍ଷ ୯୩ ହଜାର ୫୩୦ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ମୋଟ ୧ଲକ୍ଷ ୪ହଜାର ୫୪୨ଜଣଙ୍କ ମୃତ୍ୟୁ ହେଲାଣି । ତେବେ ବ୍ରାଜିଲ ତାଲିକାର  ଦ୍ୱିତୀୟ ସ୍ଥାନରେ ରହିଥିବା ସତ୍ତ୍ୱେ ଆମେରିକାରଠାରୁ ଏଠାରେ ସଂକ୍ରମତଙ୍କ ସଂଖ୍ୟା କମ୍ ରହିଛି । ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୮ ହଜାର ୩୩୮ରେ ପହଞ୍ଚିଛି । ଅପରପକ୍ଷରେ ମୃତକଙ୍କ ସଂଖ୍ୟା ୨୭ହଜାର ୯୪୪ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ତାଲିକାର ତୃତୀୟ ସ୍ଥାନରେ ରହିଛି ଋଷ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮୭ ହଜାର ୬୨୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଏଠାରେ ମୃତକଙ୍କ ସଂଖ୍ୟା କିଛିଟା କମ୍ ରହିଛି । ଋଷରେ ମୋଟ ୪ ହଜାର ୩୭୪ ଜଣଙ୍କ ମୃତ୍ୟୁ ଘଟିଛି । ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ଋଷ ପଛକୁ ସ୍ପେନ୍‌ ଏବଂ ବ୍ରିଟେନ ରହିଥିଲେ ସୁଦ୍ଧା ଏଠାରେ ମୋଟ ମୃତ ସଂଖ୍ୟା ଢ଼େର ଅଧିକା । ସ୍ପେନ୍‌ରେ  ୨୭ ହଜାର ୧୨୧, ବ୍ରିଟେନ୍‌ରେ ୩୮ ହଜାର ୧୬୧ ଜଣଙ୍କ ମୃତ୍ୟୁ ଘଟିଛି ।   ସେହିଭଳି ତାଲିକାର ନବମ ସ୍ଥାନରେ ରହିଛି ୧ଲକ୍ଷ ୭୩ ହଜାର ୪୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାର ୯୮୦ ରେ ପହଞ୍ଚିଛି ।

Leave a Reply